ରାଜ୍ୟରେ ସୁସ୍ଥ ହେଲେ ୯୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧, ନୂଆପଡାରୁ ୪୦, ଅନୁଗୋଳରୁ ୩୯, ଯାଜପୁରରୁ ୩୯, କେନ୍ଦ୍ରାପଡାରୁ ୩୯, ପୁରୀରୁ ୩୯, ବୌଦ୍ଧରୁ ୩୨, ବାଲେଶ୍ୱରରୁ ୨୭, ବରଗଡରୁ ୨୭, ବଲାଙ୍ଗୀରରୁ ୨୬, ନୟାଗଡରୁ ୨୨, ଝାଡସୁଗୁଡାରୁ ୨୦, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, ମାଲକାନଗିରିରୁ ୧୨, ଢେଙ୍କାନାଳରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୧୦, କନ୍ଧମାଳରୁ ୯, ସୋନପୁରରୁ ୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେବଗଡରୁ ୪, ଗଜପତିରୁ ୪, ରାୟଗଡାରୁ ୨, ଷ୍ଟେଟପୁଲରୁ ୨୦ ଜଣ ସୁସ୍ଥ ହୋଇଛନ୍ତି।
ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।