ଭୁବନେଶ୍ୱରରେ ଆଉ ୮୯ ପଜିଟିଭ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ସୋମବାର ଆଉ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୯ ଚିହ୍ନଟଙ୍କ ମଧ୍ୟରେ ୬୫ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୪ ଲୋକାଲ କଣ୍ଟାକ୍ଟ କେସ। ଆଇଗିଣିଆ ଆଳୁ ଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ରିଜର୍ଭ ପୋଲିସ କଲୋନୀରୁ ୭, ଗୌତମନଗର ବସ୍ତିରୁ ୫, ରସୁଲଗଡ ଜିଜିପି କଲୋନୀରୁ ୩, ଶୈଳଶ୍ରୀବିହାରରୁ ୪ ଜଣ, ବରଗଡ ନୂଆସାହିରୁ ୪, ଜାଗମରାରୁ ୩, ବିଜେବି ନଗରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିମଗ(ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।