ଆରୋଗ୍ୟ ହେଲେ ଆଉ ୭୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୭୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରୁ ସର୍ବାଧିକ ୬୫ ଜଣ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୋଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡି-ନୂଆପଡା-ସମ୍ବଲପୁର-ସୁନ୍ଦରଗଡରୁ ୩୫, ବାଲେଶ୍ୱରରୁ ୩୩, କେନ୍ଦ୍ରାପଡାରୁ ୨୯, ବଲାଙ୍ଗୀର-ଯାଜପୁରରୁ ୨୧, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡରୁ ୧୨, ଗଞ୍ଜାମରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ ୫, ମାଲକାନଗିରି-ନୟାଗଡ-ସୋନପୁରରୁ ୩, ବୌଦ୍ଧରୁ ୨ ଓ ରାୟଗଡାରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।