କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ ଥିବାବେଳେ ୬ ଲୋକାଲ କଣ୍ଟାକ୍ଟ କେସ। ଖଟବିନ ସାହିରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪, ଖାନନଗରରୁ ୨, ଦଓ୍ବୋନ ବଜାରରୁ୨, ସେଲଟର ଛକରୁ ଜଣେ, ଜିଲାପାଳଙ୍କ ଅଫିସ ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।