ରାଜ୍ୟରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ: ମୟୂରଭଞ୍ଜରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ୱରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗୀରରୁ ୧୫, ଜଗତସିଂହପୁରରୁ ୧୫, ଗଞ୍ଜାମରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୯, ଝାରସୁଗୁଡାରୁ ୭, ଭଦ୍ରକରୁ ୫, ମାଲକାନଗିରିରୁ ୫, ଢେଙ୍କାନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧରୁ ୨, ଗଜପତିରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।