ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୯୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୫।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୮୬, ବାଲେଶ୍ୱରରୁ ୩୩୬, ନୂଆପଡାରୁ ୨୦୯, ଅନୁଗୋଳରୁ ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୟୁରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡାରୁ ୧୨୩, ଯାଜପୁରରୁ ୧୧୬, ବରଗଡରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡରୁ ୮୨, ଝାରସୁଗଡାରୁ ୮୧, ନୟାଗଡରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏ, ବଲାଙ୍ଗୀରରୁ ୭୦, କୋରାପୁଟରୁ ୬୭, କନ୍ଧମାଳରୁ ୬୫, ବୌଦ୍ଧରୁ ୬୧,ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେବଗଡରୁ ୧୫ ଓ ରାଜ୍ୟ ପୁଲରୁ ୨୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।