ଆଜି ଭୁବନେଶ୍ୱରରୁ ୩୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୮(ବ୍ୟୁରୋ)-ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୨୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଗଙ୍ଗନଗର ସେଲଟର ହୋମରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ ନିକଟ ଏକ ସରକାରୀ ଅଫିସରୁ ୧୫, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୧୨୪ ଜଣ ସୁସ୍ଥ ହୋଇଛନ୍ତି ଓ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୩୪୭୮ ଜଣ ଚିକିତ୍ସିତ ଅଛନ୍ତି।