ସୁସ୍ଥ ହେଲେ ଆଉ ୩୪୫୫ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରେ ସର୍ବାଧିକ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୯୨, ପୁରୀରୁ ୨୫୪, ଅନୁଗୋଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରିରୁ ୧୦୪, କେନ୍ଦୁଝରରୁ ୧୦୧, କେନ୍ଦ୍ରାପଡାରୁ ୯୯, ଜଗତସିଂହପୁରରୁ ୮୪, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେବଗଡରୁ ୧୩ ଓ ଷ୍ଟେଟପୁଲରୁ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।