ରାଜ୍ୟରେ ଆଜି ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୩।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡରୁ ୧୨୧, ମାଲକାନଗିରିରୁ ୧୧୭, ମୟୂରଭଞ୍ଜରୁ ୧୧୭, କୋରାପୁଟରୁ ୧୦୭, ସୁନ୍ଦରଗଡରୁ ୧୦୪, ଭଦ୍ରକରୁ ୯୮, ଝାଡସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଲପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତିରୁ ୪୩, କେନ୍ଦ୍ରାପଡାରୁ ୩୫, ନୂଆପଡାରୁ ୨୫, ବଲାଙ୍ଗୀରରୁ ୨୪, କଳାହାଣ୍ଡିରୁ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୋନପୁରରୁ ୨୩, ବୌଦ୍ଧରୁ ୮, ଦେଓଗଡରୁ ୫, ଅନୁଗୋଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।