ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୧, ବାଲେଶ୍ୱରରୁ ୨୬, ସମ୍ବଲପୁରରୁ ୨୫, ମୟୂରଭଞ୍ଜରୁ ୨୨, ପୁରୀରୁ ୨୨, ଅନୁଗୋଳରୁ ୨୦, ବରଗଡରୁ ୧୭, କଟକରୁ ୧୭, ନୂଆପଡାରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୧୦, ଗଞ୍ଜାମରୁ ୮, ଭଦ୍ରକ, ବଲାଙ୍ଗିର, ଜଗତସିଂପୁର, ଝାରସୁଗୁଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ, କଳାହାଣ୍ଡିରୁ ୫, ନବରଙ୍ଗପୁରରୁ ୪, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡରୁ ୩ ଜଣ ଲେଖାଏଁ, ଗଜପତିରୁ ୨, ମାଲକାନଗିରି, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।