ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୮୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୬୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୋଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୯, ସୋନପୁରରୁ ୮୦, ବଲାଙ୍ଗିରରୁ ୭୨, ଝାରସୁଗୁଡାରୁ ୭୨, ବାଲେଶରରୁ ୬୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫ ଓ ଗଜପତିରୁ ୩, ଷ୍ଟେଟପୁଲରୁ ୨୦୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।