ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ୱରରୁ ୬୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୋନପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୩୯, କୋରାପୁଟରୁ ୩୫, ନୟାଗଡରୁ ୩୦, ଗଞ୍ଜାମରୁ ୨୩, ଦେବଗଡରୁ ୨୦, ବୌଦ୍ଧରୁ ୭ ଓ ଗଜପତିରୁ ୭, ରାଜ୍ୟପୁଲରୁ ୧୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।