ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୧୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ୱରରୁ ୧୦୪, ମୟୁରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡାରୁ ୭୨, କଳାହାଣ୍ଡିରୁ ୬୮, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩, ଝାରସୁଗୁଡାରୁ ୬୧, ବରଗଡରୁ ୬୦, ବଲାଙ୍ଗୀରରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧, କନ୍ଧମାଳରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨୪, ଦେବଗଡରୁ ୧୭, ଗଞ୍ଜାମରୁ ୧୬, ରାୟଗଡାରୁ ୧୧, ଗଜପତିରୁ ୯ ଏବଂ ଷ୍ଟେଟପୁଲରୁ ୯୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।