କଟକରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୪ ସ୍ଥାନୀୟ ସଂକ୍ରମିତ

କଟକ ଅଫିସ,୨୮।୮-କଟକ ସହରରୁ ଶୁକ୍ରବାର ପୁଣି ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୭୪। ସିଡିଏ ସେକ୍ଟର-୬ରୁ ୫, କଲେଜ ସ୍କୋୟାରରୁ ୫, ବକ୍ସି ବଜାରରୁ ୫, ନୂଆସାହି ଶଙ୍କରପୁରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖାନନଗରରୁ ୩, ତଳ ତେଲେଙ୍ଗା ବଜାରରୁ ୨, ଶଙ୍କରପୁରରୁ ଜଣେ, ଶିବ ବଜାରରୁ ଜଣେ, ଦରଘା ବଜାରରୁ ଜଣେ, କଲ୍ୟାଣି ନଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।