କଟକରୁ ଆଜି ୧୯୬ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୯।୮-କଟକ ସହରରୁ ଶନିବାର ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୧୨୦ ଜଣ ଚିହ୍ନଟ ହୋଇଥିବାବେଳେ ୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୪୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧୮ ଜଣ ସୁସ୍ଥ ହୋଇଛନ୍ତି। ୧୮୨୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୨୫ ଜଣଙ୍କର ମୃତ୍ୟୁ ହୋଇଛି।