Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୋଳରୁ ୭୬, ନୂଆପଡାରୁ ୭୬, ବଲାଙ୍ଗୀରରୁ ୭୫, ପୁରୀରୁ ୭୨, ବରଗଡରୁ ୬୮, ମାଲକାନଗିରିରୁ ୬୦, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୭, ଝାରସୁଗୁଡାରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୩୬, ବାଲେଶ୍ବରରୁ ୩୫, ଢେଙ୍କାନାଳରୁ ୩୪, ଯାଜପୁରରୁ ୩୪, ଭଦ୍ରକରୁ ୩୧, କୋରାପୁଟରୁ ୨୮, ସୋନପୁରରୁ ୧୮, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, କନ୍ଧମାଳରୁ ୧୩, ଦେଓଗଡରୁ ୬, ରାୟଗଡାରୁ ୬, ଗଜପତିରୁ ୫, ବୌଦ୍ଧରୁ ୨, ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।