କଟକରେ କାୟା ମେଲାଉଛି କରୋନା: ଆଜି ୧୪୩ ଆକ୍ରାନ୍ତ ଚିହ୍ନଟ

କଟକ,୫।୮(ବ୍ୟୁରୋ)-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ ୧୧୨ ଜଣ ରହିଛନ୍ତି। ୧୧୨ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ପୁରୁଷ ଏବଂ ୫୦ ମହିଳା। ସେହିପରି କ୍ୱାରାଣ୍ଟାଇନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ୧୨ ଜଣ ଲୋକାଲ କଣ୍ଟାକ୍ଟ। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।