ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୧୮ ା୧୧(ବ୍ୟୁରୋ)- ରାଜ୍ୟରେ ବୁଧବାର ଆଉ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୧୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ବରରୁ ୫୪, କେନ୍ଦ୍ରାପଡାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗୀରରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮, ବରଗଡରୁ ୩୭, ନୂଆପଡାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ବୌଦ୍ଧରୁ ୭, ଗଜପତିରୁ ୪, ଦେବଗଡରୁ ୩, ଭଦ୍ରକରୁ ୨ ଏବଂ ଷ୍ଟେଟପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।