Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୧୯ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫, ଅନୁଗୋଳରୁ ୭୫, କେନ୍ଦ୍ରାପଡାରୁ ୫୯, ମୟୂରଭଞ୍ଜରୁ ୫୫, ଜଗତସିଂହପୁରରୁ ୫୦, କୋରାପୁଟରୁ ୪୧, ନୂଆପଡାରୁ ୩୯, କେନ୍ଦୁଝରରୁ ୩୭, ବରଗଡରୁ ୩୦, ପୁରୀରୁ ୨୯, ବାଲେଶ୍ୱରରୁ ୨୮, ଢେଙ୍କାନାଳରୁ ୨୬, ନବରଙ୍ଗପୁରରୁ ୨୪, ବଲାଙ୍ଗୀରରୁ ୨୩, କଳାହାଣ୍ଡିରୁ ୨୨, ଯାଜପୁରରୁ ୨୧, ନୟାଗଡରୁ ୧୭, ଗଞ୍ଜାମରୁ ୧୫, ଝାରସୁଗୁଡାରୁ ୧୨, ସମ୍ବଲପୁରରୁ ୧୨, ରାୟଗଡାରୁ ୧୦, ସୋନପୁରରୁ ୧୦, କନ୍ଧମାଳରୁ ୯, ଦେବଗଡରୁ ୫, ଭଦ୍ରକରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ଗଜପତିରୁ ୧ ଓ ଷ୍ଟେଟପୁଲରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।