Advertisement

ଦନ୍ତା ପାଇଁ ବନ ବିଭାଗ ନାକେଦମ୍‌

ଗୋପବନ୍ଧୁ ନଗର,୯।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜରୁ ବଡ଼ସାହି ବ୍ଲକ ଭୀମଦା ଅଞ୍ଚଳ ଦେଇ ଏକ ଗୋଠଛଡ଼ା ଦନ୍ତା ରବିବାର ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ସଂରକ୍ଷିତ ଜଙ୍ଗଲକୁ ପଶିଥିଲା। ଏହି ଦନ୍ତା ପାଇଁ ବନ ବିଭାଗକୁ ଦିନତମାମ ନାକେଦମ୍‌ ହେବାକୁ ପଡ଼ିଛି। ଦନ୍ତାଟି ସକାଳେ ଉକ୍ତ ଜଙ୍ଗଲକୁ ପଶି ବୁଲାବୁଲି କରିଥିଲା। ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ସ୍ଥାନୀୟ ବଡ଼ବଧା ଗ୍ରାମକୁ ପଶି ବାଡ଼ି ବଗିଚାରେ ଗଛ, ପରିବା ନଷ୍ଟ କରିଥିଲା। ଖବରପାଇ ଉଦଳା, ବଡ଼ସାହି ଓ କୁଆମରା ବନ ବିଭାଗ ପହଞ୍ଚି ହାତୀ ଗତିବିଧିକୁ ଲକ୍ଷ୍ୟ କରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ସା ୭ଟାରେ ଆରପଟା-କାଂଶ ରାସ୍ତା ଦେଇ ଦନ୍ତା ନୀଳଗିରି ମୁହଁା ହୋଇଥିଲା। ତେବେ ହାତୀ ପାଇଁ ବିଦ୍ୟୁତ୍‌ କାଟ୍‌ ଜାରି ରହିଛି। ଦନ୍ତା ପୁଣି ଲେଉଟିବାକୁ ନେଇ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଇଡ୍‌ଲାଇନ ଅନୁଯାୟୀ ଦାହହେଲା ବାଘ ମୃତଦେହ

ବୁଗୁଡା,୩୦।୧(ଡି.ଏନ୍‌.ଏ.): ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ହତା...

୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ...

ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ସେ ପଜିଟିଭ୍‌ ଜଣାପଡ଼ିବା ପରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି କର୍ମୀ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ପୁରୀ ଅଫିସ,୨୩।୧୨: ପୁଣି ଜଣେ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ପୁରୀ ଜିଲାର ଅଙ୍ଗନଓ୍ବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ...

ନୂଆ ପରିଚୟ ପାଇଲେ ଶ୍ରାବଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

କଣାସ,୨୪ା୯(ସ୍ବ.ପ୍ର.)- ସମାଜରେ କାହାର ଭାଗ୍ୟ ଯେ କେତେବେଳେ ବଦଳିଯିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଅଭାବ, ଅନଟନରେ ପଡ଼ିଥିବା ଜଣେ ନିରାଶ୍ରୟ ଶିଶୁଙ୍କ ଭାଗ୍ୟ...

ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୬।୪: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ...

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି।...

Advertisement
Archives

Model This Week