ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ. ଅଭିଯୁକ୍ତମାନେ ଲୋକଙ୍କୁ ସେମାନଙ୍କ ବହୁତ କଳାଧନ ଥିବା କହୁଥିଲେ। ଏପରିକି ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ନେଟ ମିଳିବ କହି ଲୋକଙ୍କୁ ପ୍ରଲୋଭିତ କରି ଠକୁଥିଲେ। ଏପରିକି ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତମାନେ ଟଙ୍କା ବଣ୍ଡଲ ଉପରେ ଏବଂ ତଳେ ଅସଲି ନୋଟ ରଖୁଥିବା ବେଳେ ଭିତରେ ପେପର କଟିଂ ରଖୁଥିବା ଜଣାପଡିଛି।


