ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

କୋକସରା,୧୬ା୪(ଡି.ଏନ୍‌.ଏ.): ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଖପରାମାଲ ଗ୍ରାମରେ ଥିବା ମା’ ମାଉଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରେ ମଦ ବନ୍ଦ କରିବାକୁ ଏକାଠି ହୋଇଛନ୍ତି। ସଦସ୍ୟାମାନେ ସ୍ଥାନୀୟ ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକଙ୍କୁ ଭେଟିବା ସହ ବେହେରା ମଦଭାଟିକୁ ଯାଇ କର୍ମଚାରୀଙ୍କୁ ଗାଁରେ ଥିବା କୁଚିଆ ମଦ ବେପାରୀଙ୍କୁ ମଦ ଦେବାକୁ ମନା କରିଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପୁରୁଷମାନେ ଦୈନିକ ଯାହା ରୋଜଗାର କରୁଛନ୍ତି ତାହାର ଅଧା ଟଙ୍କା ମଦ ଭାଟିରେ ଖର୍ଚ୍ଚ କରୁଛନ୍ତି। ଫଳରେ ଘରର ଆର୍ଥିକ ଅବସ୍ଥାରେ ପ୍ରଭାବ ପଡ଼ିବା ସହ ଅଶାନ୍ତି ବୃଦ୍ଧି ପାଉଛି। କୌଣସି ପର୍ବ ପର୍ବାଣୀ କିମ୍ବା ଯାନିଯାତ୍ରାରେ ମଦ ପିଇ ଯୁବକମାନେ ଗାଁରେ ବିଶୃଙ୍ଖଳା କରିବା ସହ ଝିଅବୋହୂଙ୍କୁ ମଧ୍ୟ ଟାହିଟାପରା କରୁଛନ୍ତି। ଏମିତିକି ଗାଁର ଛୋଟ ଛୋଟ ନାବାଳକ ମଧ୍ୟ ଧୀରେ ଧୀରେ ଯୁବକଙ୍କୁ ଦେଖି ମଦ ପିଇବା ଆରମ୍ଭ କଲେଣି। ଏସବୁ ଦୃଷ୍ଟିରୁ ଗାଁକୁ ମଦମୁକ୍ତ କରିବାକୁ ଗାଁର ମା’ ମାଉଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଣ୍ଟା ଭିଡ଼ିଛନ୍ତି। ଯଦି ଆଗାମୀ ଦିନରେ ସରପଞ୍ଚ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୋଷ୍ଠୀର ସଭାପତି କ୍ଷୀରାବ୍ଦୀ ରାଉତ, ଉପସଭାନେତ୍ରୀ ଉମା ନାଏକ, ସମ୍ପାଦକ ମଥୁରା ରାଉତ, ସୁମନ କନ୍ଦ ପାନ, ଗ୍ରୁପ ଲିଡର କୁନି ଚଳାନ, ସମ୍ପାଦକ କୁମାରୀ ଚନ୍ଦନ,ଅମ୍ବିକା ବାଗ, ଲଳିତା ଶଗଡ଼ିଆ ପ୍ରମୁଖ। ଏ ସମ୍ପର୍କରେ ସରପଞ୍ଚ ଅକ୍ଷୟ ନାଏକଙ୍କୁ ପଚାରିବାରୁ ଗାଁକୁ ମଦ ମୁକ୍ତ କରିବା ସପକ୍ଷରେ ମହିଳାଙ୍କ ସହ ପଞ୍ଚାୟତ ମଧ୍ୟ ରହିଛି। ମୋ’ ଦ୍ୱାରା ଯାହା ସମ୍ଭବ ମୁଁ ସେମିତି ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ପୁଣି ମହେନ୍ଦ୍ରଗିରିରେ ଦୁର୍ଘଟଣା: ମେଳାରୁ ଫେରୁଥିବା ଘାଟି ତଳକୁ ଖସିଲା ଅଟୋ : ୬ରୁ ଅଧିକ ଆହତ

ଗଜପତି, ୯।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଞ୍ଚଳରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତ ତିନି ଦିନ ମଧ୍ୟରେ ମହେନ୍ଦ୍ରଗିରି…

ଆକ୍ସନମୋଡ଼ରେ ଦାରିଙ୍ଗବାଡି ପୋଲିସ:  ୭ ଅଟୋ, ୫ ବାଇକ ଜବତ

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri