ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

କୋକସରା,୧୬ା୪(ଡି.ଏନ୍‌.ଏ.): ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଖପରାମାଲ ଗ୍ରାମରେ ଥିବା ମା’ ମାଉଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରେ ମଦ ବନ୍ଦ କରିବାକୁ ଏକାଠି ହୋଇଛନ୍ତି। ସଦସ୍ୟାମାନେ ସ୍ଥାନୀୟ ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକଙ୍କୁ ଭେଟିବା ସହ ବେହେରା ମଦଭାଟିକୁ ଯାଇ କର୍ମଚାରୀଙ୍କୁ ଗାଁରେ ଥିବା କୁଚିଆ ମଦ ବେପାରୀଙ୍କୁ ମଦ ଦେବାକୁ ମନା କରିଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପୁରୁଷମାନେ ଦୈନିକ ଯାହା ରୋଜଗାର କରୁଛନ୍ତି ତାହାର ଅଧା ଟଙ୍କା ମଦ ଭାଟିରେ ଖର୍ଚ୍ଚ କରୁଛନ୍ତି। ଫଳରେ ଘରର ଆର୍ଥିକ ଅବସ୍ଥାରେ ପ୍ରଭାବ ପଡ଼ିବା ସହ ଅଶାନ୍ତି ବୃଦ୍ଧି ପାଉଛି। କୌଣସି ପର୍ବ ପର୍ବାଣୀ କିମ୍ବା ଯାନିଯାତ୍ରାରେ ମଦ ପିଇ ଯୁବକମାନେ ଗାଁରେ ବିଶୃଙ୍ଖଳା କରିବା ସହ ଝିଅବୋହୂଙ୍କୁ ମଧ୍ୟ ଟାହିଟାପରା କରୁଛନ୍ତି। ଏମିତିକି ଗାଁର ଛୋଟ ଛୋଟ ନାବାଳକ ମଧ୍ୟ ଧୀରେ ଧୀରେ ଯୁବକଙ୍କୁ ଦେଖି ମଦ ପିଇବା ଆରମ୍ଭ କଲେଣି। ଏସବୁ ଦୃଷ୍ଟିରୁ ଗାଁକୁ ମଦମୁକ୍ତ କରିବାକୁ ଗାଁର ମା’ ମାଉଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଣ୍ଟା ଭିଡ଼ିଛନ୍ତି। ଯଦି ଆଗାମୀ ଦିନରେ ସରପଞ୍ଚ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୋଷ୍ଠୀର ସଭାପତି କ୍ଷୀରାବ୍ଦୀ ରାଉତ, ଉପସଭାନେତ୍ରୀ ଉମା ନାଏକ, ସମ୍ପାଦକ ମଥୁରା ରାଉତ, ସୁମନ କନ୍ଦ ପାନ, ଗ୍ରୁପ ଲିଡର କୁନି ଚଳାନ, ସମ୍ପାଦକ କୁମାରୀ ଚନ୍ଦନ,ଅମ୍ବିକା ବାଗ, ଲଳିତା ଶଗଡ଼ିଆ ପ୍ରମୁଖ। ଏ ସମ୍ପର୍କରେ ସରପଞ୍ଚ ଅକ୍ଷୟ ନାଏକଙ୍କୁ ପଚାରିବାରୁ ଗାଁକୁ ମଦ ମୁକ୍ତ କରିବା ସପକ୍ଷରେ ମହିଳାଙ୍କ ସହ ପଞ୍ଚାୟତ ମଧ୍ୟ ରହିଛି। ମୋ’ ଦ୍ୱାରା ଯାହା ସମ୍ଭବ ମୁଁ ସେମିତି ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri