ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ହେବା

ବହୁ ସମୟରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ହେଉଛି ଯେ ନାରୀ, ପୁରୁଷଙ୍କ ସହ ସମାନ ହେବା ଉଚିତ! ମହିଳାମାନେ ପୁରୁଷ ଭଳି ପୋଷାକ ପିନ୍ଧିପାରିବେ, ରାତିରେ ବୁଲାବୁଲି କରିପାରିବେ; ଯାହା ଯାହା ପୁରୁଷମାନେ କରନ୍ତି, ସେ ସବୁ କରିବା ପାଇଁ ମହିଳାମାନେ ସ୍ବାଧୀନ। ଏଣୁ ସେମାନଙ୍କୁ ବାରଣ କରା ନ ଯାଉ ବା ସେଭଳି କଲେ ସମାଲୋଚନା କରା ନ ଯାଉ। ପୁରୁଷଙ୍କ ଭଳି ଯେକୌଣସି ସମୟରେ ବାହାରେ ବୁଲିବା ଦ୍ୱାରା ଯଦି କୌଣସି ଝିଅ ବା ମହିଳା ଅସଦାଚରଣ, ଦୁର୍ବ୍ୟବହାର ବା ଅପରାଧର ଶିକାର ହୁଏ; ବିବାଦ ସେଇଠି ସୃଷ୍ଟି ହୁଏ ଯେ ମହିଳାମାନେ କାହିଁକି ନିଜ ସ୍ବାଧୀନତା ଅନୁଯାୟୀ ପୋଷାକ ପିନ୍ଧିପାରିବେ ନାହିଁ, କି ବାହାରେ ନିରାପଦରେ ବିଚରଣ କରିପାରିବେ ନାହିଁ ! ମାତ୍ର କେହିହେଲେ କେବେ ଠିକ୍‌ ରୂପେ ସମାନତାର ଅର୍ଥ ବୁଝିବାକୁ ଚେଷ୍ଟା କରିଛନ୍ତି କି? ଅପ୍ରିୟ ସତ ହେଉଛି, ତାହା ଏପର୍ଯ୍ୟନ୍ତ ସମାନତା ଚାହୁଁଥିବା ସେହି ଗୋଷ୍ଠୀ ଠିକ୍‌ ଭାବରେ ଜାଣିନାହାନ୍ତି। ପୁରୁଷ ଭଳି ହେବାର ମୋହ ତାଙ୍କୁ ଉଦ୍ଧତ, ଉଗ୍ରଆଧୁନିକ, ସମ୍ବେଦନହୀନ ଏବଂ ଦାୟିତ୍ୱହୀନ ବ୍ୟକ୍ତିତ୍ୱରେ ପରିଣତ କରିବାକୁ ବସିଲାଣି। ପରିଣାମ ସ୍ବରୂପ ସାମ୍ପ୍ରତିକ ସମୟରେ ଘଟି ଯାଉଥିବା ବିବାହ ବିଚ୍ଛେଦ ଏବଂ ବିଭିନ୍ନ ଅପରାଧ; ଯାହାର ପ୍ରଭାବ ସନ୍ତାନସନ୍ତତି, ପରିବାର ଏବଂ ଆତ୍ମୀୟଙ୍କ ଉପରେ ପଡ଼େ। ଫଳରେ ଭଗ୍ନ ପରିବାର ଓ ସମ୍ପର୍କକୁ ନେଇ କେତେ ଯେ ମଣିଷ ମାନସିକ ଅବସାଦ ଭିତରେ ବଞ୍ଚତ୍ବାକୁ ବାଧ୍ୟ ହୁଅନ୍ତି।
ମହିଳା-ପୁରୁଷ ଭିତରେ ଏଭଳି ସମାନତାର ମହତ୍ତ୍ୱ କ’ଣ ଯେଉଁଠି ସଂସାରଟିଏ କିମ୍ବା ଘରଟିଏ ଉଜୁଡ଼ିଯିବାର ସମ୍ଭାବନା ରହିଛି! ଜଣେ ଅନ୍ୟ ପାଇଁ ସମ୍ବେଦନଶୀଳ ନ ହୋଇ, କେବଳ ନିଜ ସ୍ବାର୍ଥ ପାଇଁ କିଛି କରିଯିବାର ଦୌଡ଼ରେ ଲଗାତାର ବ୍ୟସ୍ତ ରହୁଛନ୍ତି। ପ୍ରକୃତି ଏବଂ ଶରୀର ଗଠନ ଅନୁସାରେ ନାରୀ ଓ ପୁରୁଷ ଭିତରେ ସମାନତା ଅସମ୍ଭବ। କହିବାକୁ ଗଲେ ଏଭଳି ସମାନତାର ସମାଜରେ ଆବଶ୍ୟକ ହିଁ କ’ଣ! ହଁ, ସମାନତା ଲୋଡ଼ା ଦକ୍ଷତାରେ, ଅଧିକାରରେ, ଯୋଗ୍ୟତାରେ, ସୁଯୋଗରେ ଏବଂ ସ୍ବାଧୀନତାରେ! ମହିଳାମାନଙ୍କ ଜୀବନରେ ଚାଲିଥିବା ବିସଙ୍ଗତିକୁ ଯଦି ଦୂର କରାଯାଇପାରେ, ତା’ହେଲେ କୁହାଯିବ ପ୍ରକୃତ ସମାନତା ଆସିଯାଇଛି।
ମହିଳାମାନେ ଉନ୍ନତି ନ କରିବା କିମ୍ବା ପଛେଇଯିବାକୁ ସବୁବେଳେ ପୁରୁଷମାନଙ୍କ ସହିତ ଯୋଡ଼ିବାର କିଛି ଆବଶ୍ୟକତା ନାହିଁ। କାରଣ ସବୁ ପୁରୁଷଙ୍କ ମାନସିକତା ବା ଚିନ୍ତାଧାରା ନାରୀମାନଙ୍କୁ ଅସମ୍ମାନ କରିବା ବା ତାଙ୍କୁ ହୀନଦୃଷ୍ଟିରେ ଦେଖିବା ହୋଇ ନ ଥାଏ। ନାରୀ-ପୁରୁଷ ଭିତରେ ପାର୍ଥକ୍ୟ ଦେଖାଇ ନିଜର ସୁବିଧା ହାସଲ କରୁଥିବା କିଛି ଲୋକଙ୍କର ଏହା ଏକ ସୁଚିନ୍ତିତ ଯୋଜନା। ନାରୀ ଓ ପୁରୁଷ ପରସ୍ପରକୁ ପ୍ରତିଦ୍ବନ୍ଦ୍ୱୀ ଭାବି ଉଭୟେ ଉଭୟଙ୍କୁ ଛୋଟ ଦେଖେଇଲେ ନିଜର ଦକ୍ଷତା, କ୍ଷମତା ଓ ଯୋଗ୍ୟତା ଅନୁଯାୟୀ କାମ ନ କରି ଅନ୍ୟର ଭୁଲ୍‌ ଖୋଜିବାରେ ବ୍ୟସ୍ତ ରହିଲେ; ସେହି ସୁବିଧାବାଦୀ ଗୋଷ୍ଠୀଙ୍କ ସ୍ବାର୍ଥ ଓ ମନୋକାମନା ପୂରଣ ହୁଏ। ନାରୀ-ପୁରୁଷର ଲଢ଼େଇ ଭିତରେ ଲାଭବାନ୍‌ ହୁଅନ୍ତି ସେଇମାନେ, ଯେଉଁମାନେ ଏହାକୁ ଆରମ୍ଭ କରିଥା’ନ୍ତି।
ବୁଝିବାର ସମୟ ଆସିଛି ଯେ, ଯେଉଁଭଳି ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ଭୂମିକା ରହିଥାଏ, ଠିକ୍‌ ସେହିଭଳି ପ୍ରତ୍ୟେକ ସଫଳ ମହିଳା ପଛରେ ଜଣେ ପୁରୁଷର ଅବଦାନ ନିଶ୍ଚିତ ରୂପେ ରହିଥାଏ। ପୁରୁଷର ତ୍ୟାଗ ହଉ କିମ୍ବା ସହଯୋଗ; ନାରୀର ସଫଳତା ପଛରେ ସଦା ଲୁକ୍କାୟିତ ଭାବରେ ରହିଥାଏ ଏବଂ ଏହି କାରଣଗୁଡ଼ିକୁ ଅଣଦେଖା କରିବା ଉଚିତ ନୁହେଁ। ଭାରତୀୟ ସମ୍ବିଧାନରେ ମଧ୍ୟ ନାରୀ ଓ ପୁରୁଷଙ୍କ ସମାନ ଅଧିକାର କଥା କୁହାଯାଇଛି। ମାତ୍ର ଏହି ସତ୍ୟକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ଯେ ନାରୀ ଓ ପୁରୁଷ ସମାନତା କଥା ଆମେ ଯେତେ କହିଲେ ବି ଏ କ୍ଷେତ୍ରରେ ଆହୁରି ଅନେକ ଦିଗରେ ଚିନ୍ତା କରିବା ବାକି ରହିଯାଇଛି।
ସମାନତା ନଁାରେ ନାରୀ ନିଜର ମର୍ଯ୍ୟାଦା ଉଲ୍ଲଂଘନ କରିବା, ନିଜର ଦାୟିତ୍ୱ ଏବଂ ପରିବାରର ଦେଖାଶୁଣା କରିବାରୁ ବିରତ ରହିବା, ସ୍ବାଧୀନତା ନଁାରେ ପାରିବାରିକ ସମ୍ପର୍କ ପ୍ରତି ଧ୍ୟାନ ନ ଦେବା, ନିଜ ଆତ୍ମୀୟଙ୍କୁ ଉପେକ୍ଷା କରିବା ଆଦୌ ଗ୍ରହଣୀୟ ନୁହେଁ। ଆଶ୍ଚର୍ଯ୍ୟର ବିଷୟ ପୁରୁଷ ସହିତ ସମାନତାର ଦୌଡ଼ରେ ନାରୀ ନିଜର ବେଶ ପରିପାଟୀକୁ ମଧ୍ୟ ବଦଳେଇ ସାରିଛି। ପୁରୁଷ ସହିତ ସମାନ ହେବାର ଅନ୍ଧ ଦୌଡ଼ରେ ମହିଳା ନିଜ ସତ୍ତା, ସଂସ୍କୃତି ଓ ସ୍ବତନ୍ତ୍ରତାକୁ ଭୁଲିଯାଇଛି। ବାସ୍ତବରେ ମହିଳା ସଶକ୍ତୀକରଣର ଆବଶ୍ୟକତା ରୋଜଗାରକ୍ଷମ ହେବା, ନିର୍ଣ୍ଣୟ ନେବା ଏବଂ ରାଜନୈତିକ ସ୍ତରରେ ଉନ୍ନତ ହେବା ଦିଗରେ ହେବା ଆବଶ୍ୟକ; ଯେଉଁଠି ଏବେ ମଧ୍ୟ ନାରୀ-ପୁରୁଷ ଭିତରେ ଅନେକ ପାର୍ଥକ୍ୟ ରହିଛି।
ନାରୀ ଯେବେ ପ୍ରକୃତିଦତ୍ତ ନିଜ ଅମୂଲ୍ୟ ଗୁଣଗୁଡ଼ିକ ତ୍ୟାଗ କରି ପୁରୁଷ ପରି ହେବାକୁ ଚେଷ୍ଟା କରେ, ସେହି ସ୍ଥିତିରେ ନାରୀର ଅବଚେତନ ନା ସମ୍ପୂର୍ଣ୍ଣ ସ୍ତ୍ରେଣ ରହିପାରେ ନା ପୁରୁଷ ଗୁଣଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରେ। ନାରୀସୁଲଭ ଗୁଣ ରିକ୍ତ ସେହି ସ୍ତ୍ରୀ ଭିତରେ ବିଶ୍ୱାସ, କୋମଳତା, ନିଷ୍ଠା, ପ୍ରତୀକ୍ଷା, ସରଳତା, ନମ୍ରତା, ଉଦାରତା, ସମର୍ପଣ, ମାଧୁର୍ଯ୍ୟ, ଦୟା ଆଦି ନୈସର୍ଗିକ ଗୁଣ ଧୀରେ ଧୀରେ ସମାପ୍ତ ହୋଇଯାଏ। ସେ କଠୋର ହୋଇଉଠେ, ଯାହା ସ୍ବୟଂ ନାରୀ ପାଇଁ କ୍ଷତିକାରକ ।
ନାରୀ-ପୁରୁଷର ସମାନତା ବିଷୟକୁ ଦ୍ବନ୍ଦ୍ୱାତ୍ମକ କରା ନ ଯାଉ। ଉଭୟେ ପରସ୍ପରକୁ ସମ୍ମାନ ଦିଅନ୍ତୁ, ବୁଝନ୍ତୁ ଏବଂ ଏକାଠି ସାଥି ହୋଇ ଚାଲନ୍ତୁ। ସାମାଜିକ, ପାରିବାରିକ, ଆର୍ଥିକ ଏବଂ ବିଚାରଗତ ବିକାଶ ପାଇଁ ଉଭୟ ନାରୀ ଓ ପୁରୁଷଙ୍କୁ ନିଜର ଅହଂ ତ୍ୟାଗ କରିବାକୁ ହେବ। ଜଣେ ଅନ୍ୟର ଦୋଷ, ଦୁର୍ବଳତା, ତ୍ରୁଟି ନ ବାଛି ପରସ୍ପରର ମହାନତା ଏବଂ ଦକ୍ଷତାକୁ ମୁକ୍ତକଣ୍ଠରେ ସ୍ବୀକାର କରିବାର ସାହସ ରଖିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ପରସ୍ପରକୁ ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ମନେକରି ଆଗେଇଲେ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ସମ୍ଭବ ହେବ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri