Posted inଜାତୀୟ

ଭାଜପାକୁ ଟାର୍ଗେଟ କଲେ ନୁସରତ

କୋଲକାତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଥା କଟା କଟି ଆରମ୍ଭ ହୋଇଯାଇଛି। ଟିଏମସି ଅଭିଯୋଗ କରିଛି ଯେ ଭାଜପା ବୁଥ କ୍ୟାପଚରିଂର ଭୁଲ ଖବର ପ୍ରଚାର କରୁଛି।

ଶନିବାର ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗର ୭ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା ଯେଉଁଥିରେ ଅଗ୍ନିକାଣ୍ଡ, ଗୁଳି ବିନିମୟ ଭଳି ଘଟଣା ଘଟିଥଲା। ରାଜ୍ୟରେ ଉତ୍ତେଜନା ଏବଂ ଅଶାନ୍ତି ମଧ୍ୟରେ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ଅଛନ୍ତି।

ଭାଜପାର ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟ ମମତା ବାନାର୍ଜୀ ସରକାରଙ୍କୁ ଦାୟୀ କରି ଅନେକ ଟୁଇଟ କରିଛନ୍ତି। ସେ ଏକ ଟୁଇଟରେ କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ପରିହାସ କରିଛନ୍ତି। ଟିଏମସି ଏମି ତଥା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ବିଷୟରେ ସେ କହିଛନ୍ତି ଯେ ତାଙ୍କ ଡାଇମଣ୍ଡ ହାର୍ବରରେ ଟିଏମସି ବୁଥରେ ବାଲାଟ ବକ୍ସରେ ଏକ ଷ୍ଟାମ୍ପ ରଖିଛି। ମାଲଭିୟ ଆହୁରି କହିଛନ୍ତି ଯେ ମତଦାନ ପରେ ବିଳମ୍ବିତ ରାତିରେ ଟିଏମସି ବୁଥକୁ କାବୁ କରିଥିଲା, ଯେଉଁଠାରେ ସିସିଟିଭି କ୍ୟାମେରା କିମ୍ବା ସୁରକ୍ଷା କର୍ମୀ ନ ଥିଲେ। ସୂଚନାଯୋଗ୍ୟ, ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବରର ଏମି।
ବର୍ତ୍ତମାନ ଟିଏମସି ଏମପି ନୁସରତ ଜାହାନ ମଧ୍ୟ ଅମିତ ମାଲଭିୟଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇ ପ୍ରତିଶୋଧ ନେଇଛନ୍ତି ଏବଂ ଭାଜପା ଗୁଜବ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅମିତ ମାଲଭିୟଙ୍କ ଦାବି ଅନୁଯାୟୀ ନେତ୍ରା ଜିପି ମଥୁରାପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଅଛି ଏବଂ ଡାଇମଣ୍ଡ ହାର୍ବର ନୁହେଁ, ଯାହା ଅମିତ ମାଲଭିୟ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କରିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଆପଣଙ୍କର ଆଇଟି ସେଲ ପ୍ରଚାର ପାଇଁ ତଥ୍ୟକୁ ବିକୃତ କରିପାରିବ ନାହିଁ ଏବଂ ଭୁଲ ତଥ୍ୟ ପ୍ରଚାର କରୁଥିବା ଏହି ଅଭିଯାନକୁ ବନ୍ଦ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri