ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍ଟିଏଫ୍ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ପୁରୀର ବ୍ଲୁ ଲିଲି ରିସର୍ଟରୁ ଦିଲ୍ଲୀପଙ୍କୁ ଏସ୍ଟିଏଫ୍ ଗିରଫ କରିଥିବା ନେଇ ଜଣାପଡ଼ିଛି। ଏସ୍ଟିଏଫ୍ ଦିଲ୍ଲୀପଙ୍କୁ ଗିରଫ କରି କୋଲକାତା ନେଇଛି। ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ମଧ୍ୟ ଗିରଫ ହୋଇଥିଲେ। ବେଆଇନ ଭାବରେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଦିଲ୍ଲୀପ ଗିରଫ ହୋଇଥିବା ସୂଚନା ମିଳିଛି।