Posted inଜାତୀୟ

ଇସି ଅଫିସ ବାହାରେ ଟିଏମ୍‌ସି ନେତାଙ୍କ ଧାରଣା

ନୂଆଦିଲ୍ଲୀ,୯ା୪(ପି.ଟି.): ସିବିଆଇ, ଏନ୍‌ଆଇଏ, ଇଡି ଏବଂ ଆୟକର ବିଭାଗ ମୁଖ୍ୟମାନଙ୍କୁ ବଦଳାଇବା ଦାବିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଟିଏମ୍‌ସିର ୧୦ ଜଣିଆ ପ୍ରତିନିଧି ଦଳ ଇସି ଅଧିକାରୀମାନଙ୍କୁ ସେମାନଙ୍କ ଦାବି ଜଣାଇବା ପରେ ଧାରଣାରେ ବସିବା ନେଇ ଘୋଷଣା କରିଥିଲେ। ପ୍ରତିନିଧି ଦଳରେ ଟିଏମ୍‌ସି ଏମ୍‌ପି ଡେରେକ୍‌ ଓ’ବ୍ରାଏନ, ମହମ୍ମଦ ନାଦିମୁଲ ହକ୍‌, ଡୋଲା ସେନ୍‌, ସାକେତ ଗୋଖଲେ, ସାଗରିକା ଘୋଷ, ବିଧାୟକ ବିବେକ ଗୁପ୍ତା, ପୂର୍ବତନ ଏମ୍‌ପି ଅର୍ପିତା ଘୋଷ, ଶାନ୍ତନୁ ସେନ୍‌ ଏବଂ ଅବୀର ରଞ୍ଜନ ବିଶ୍ୱାସ ତଥା ଦଳର ଛାତ୍ର ସଂଗଠନ ଉପସଭାପତି ସୁଦୀପ ରାହା ଥିଲେ।
ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରୁଥିବା ଟିଏମ୍‌ସି ଅଭିଯୋଗ କରିଛି। ଭାଜପା କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀଙ୍କ ବିରୋଧରେ ଦୁରୁପଯୋଗ କରୁଛି। ଏନ୍‌ଆଇଏ, ଇଡି ଏବଂ ସିବିଆଇ ଯେଉଁଭଳି ଭାବେ ଟିଏମ୍‌ସି ନେତାମାନଙ୍କୁ ଟାର୍ଗେଟ କରି କାର୍ଯ୍ୟ କରୁଛନ୍ତି, ତାହା ଲଜ୍ଜାଜନକ। ନିର୍ବାଚନ କମିଶନ ସବୁ ରାଜନୈତିକ ଦଳକୁ ସମାନ ସୁଯୋଗ ଦିଅନ୍ତୁ ବୋଲି ଦିଲ୍ଲୀ ଯିବା ପୂର୍ବରୁ ସେନ୍‌ ଖବରଦାତାମାନଙ୍କୁ କହିଥିଲେ। ନିର୍ବାଚନ ପୂର୍ବରୁ ଏନ୍‌ଆଇଏ ଏବଂ ଭାଜପା ମଧ୍ୟରେ ଏକ ଅସାଧୁ ମେଣ୍ଟ ହୋଇଥିବା ଟିଏମ୍‌ସି ରବିବାର ଅଭିଯୋଗ କରିଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଏନ୍‌ଆଇଏ ଟିମ୍‌ ୨୦୨୨ ବିସ୍ଫୋରଣ ମାମଲାର ୨ ସନ୍ଦିଗ୍ଧଙ୍କୁ ପୂର୍ବ ମେଦିନିପୁରର ଭୂପତିନଗର ଅଞ୍ଚଳରୁ ଗିରଫ କରିବା ପରେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri