ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ ଘୋଷଣା କରିଛି। ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଥିବା ସ୍ପଷ୍ଟ କରିଛି। ତାଙ୍କୁ ୩୦୬ ଭୋଟ ମିଳିଥିବାବେଳେ ଟ୍ରମ୍ପ୍‌ ୨୩୨ରେ ସୀମିତ ରହିଛନ୍ତି। ବାଇଡେନ୍‌ଙ୍କ ବିଜୟର ଆନୁଷ୍ଠାନିକ ଘୋଷଣା ସହ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଏହି ଅବସରରେ ବାଇଡେନ୍‌ କହିଛନ୍ତି, ଏବେ ପୃଷ୍ଠା ଲେଉଟାଇବାର ସମୟ ଉପନୀତ। ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ବିଜୟୀ ହେବା ପାଇଁ ନାନା ଫନ୍ଦିଫିକର କରିଥିଲେ। ହେଲେ ତାଙ୍କର ସବୁ ଉଦ୍ୟମ ପାଣିରେ ପଡ଼ିଯାଇଛି। ବିଶେଷକରି ବାଇଡେନ୍‌ଙ୍କ ବିଜୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଟ୍ରମ୍ପ୍‌ଙ୍କ ପିଟିଶନ୍‌ ଶୁକ୍ରବାର ଖାରଜ ହୋଇଯିବା ପରେ ଏହି ଆଇନଗତ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାସହ ଜାନୁୟାରୀ ୨୦ରେ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପାଇଁ ପଥ ପରିଷ୍କାର ହୋଇଥିଲା। ଏଥିସହ ତାଙ୍କ ରନିଂମେଟ୍‌ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଥିଲା। ଏବେ ଇଲେକ୍ଟୋରାଲ କଲେଜ ଭୋଟଗୁଡ଼ିକୁ ଆସନ୍ତା ମାସରେ ଆନୁଷ୍ଠାନିକ ଗଣତି ପାଇଁ କଂଗ୍ରେସକୁ ପଠାଯିବ। କେତେଜଣ ହାଉସ୍‌ ରିପବ୍ଲିକାନ୍‌ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଫଳାଫଳକୁ ବିରୋଧ କରିବା ନେଇ ସଙ୍କେତ ଦେଇଛନ୍ତି। ଫଳରେ ଜାନୁୟାରୀ ୬ରେ ହେବାକୁ ଥିବା କଂଗ୍ରେସର ମିଳିତ ଅଧିବେଶନ ସାମାନ୍ୟ ବିଳମ୍ବିତ ହୋଇପାରେ।
ସେପଟେ ଇଲେକ୍ଟୋରାଲ କଲେଜର ଘୋଷଣା ପରେ ବାଇଡେନ୍‌ ନିଜ ସହର ଓ୍ବିଲମିଂଟନର ଦେଲାଓ୍ବେରରେ ସୋମବାର କହିଛନ୍ତି, ଆମେରିକାର ଗଣତନ୍ତ୍ରକୁ ଧମକ ଦିଆଯାଇଥିବା ସତ୍ତ୍ୱେ ଏହା ନିଜର ଦୃଢ଼ତାକୁ ପ୍ରମାଣିତ କରିଛି। ଟ୍ରମ୍ପ୍‌ଙ୍କ ଅସାଧୁ ଉଦ୍ୟମ ଉପରେ ଆଇନର ଶାସନ, ଆମ ସମ୍ବିଧାନ ଓ ଲୋକଙ୍କ ଇଚ୍ଛାର ବିଜୟ ହୋଇଛି। ଆମେରିକାର ଆମତ୍ାକୁ ନେଇ ଏହି ଯୁଦ୍ଧରେ ଗଣତନ୍ତ୍ର ଜିତିଛି। ବର୍ତ୍ତମାନ ପୃଷ୍ଠା ଲେଉଟାଇବା ସମୟ ଆସିଛି। ସମସ୍ତଙ୍କୁ ଏକତ୍ରିତ ଓ ଉପଶମ କରିବାର ବେଳ ଆସିଛି।

ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପୁଟିନ

ଶେଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ୍‌ଙ୍କ ବିଜୟର ୬ ସପ୍ତାହ ପରେ ମଙ୍ଗଳବାର ଇଲେକ୍ଟୋରାଲ କଲେଜ ଏନେଇ ଆନୁଷ୍ଠାନିକ ଘୋଷଣା କରିଛି। ପୂର୍ବରୁ କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଥିଲା ଯେ, ବିଧିବଦ୍ଧ ଭାବେ ତାଙ୍କ ବିଜୟ ନେଇ ଘୋଷଣା କରାଯିବା ପରେ ହିଁ ଶୁଭେଚ୍ଛା ଜଣାଇବା ଉଚିତ ହେବ। ତେଣୁ ବିଜେତାଙ୍କୁ ପୁଟିନ ଅଭିନନ୍ଦନ ଜଣାଇବା ପୂର୍ବରୁ ଅପେକ୍ଷା କରିବେ। ମଙ୍ଗଳବାର ପୁଟିନ ପ୍ରେସିଡେଣ୍ଟ ଇଲେକ୍ଟ ବାଇଡେନଙ୍କ ସଫଳତା କାମନା କରିଛନ୍ତି। ତାଙ୍କ କାର୍ଯ୍ୟକାଳରେ ରୁଷିଆ ଓ ଆମେରିକାର ସମ୍ପର୍କ ସୁଦୃଢ଼ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri