Posted inଫୁରସତ

ଟାଇମ୍‌ କ୍ୟାପ୍‌ସୁଲ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭିତ୍ତିଭୂମିର ୨୦୦ ଫୁଟ ତଳେ ‘ଟାଇମ୍‌ କ୍ୟାପ୍‌ସୁଲ’ ରଖାଯିବ। ଏହା ହେଉଛି ଏକପ୍ରକାର ଐତିହାସିକ ଦସ୍ତାବିଜ୍‌, ଯେଉଁଥିରେ ରାମ ମନ୍ଦିରର ଇତିହାସଠାରୁ ଆରମ୍ଭ କରି ବିବାଦ, ଆଇନଗତ ଲଢ଼େଇ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିବ। ହଜାରେ ବର୍ଷ ପରେ ଯଦି କୌଣସି କାରଣରୁ ଉତ୍‌ଖନନ କରାଯାଏ ତେବେ ଏହି ଐତିହାସିକ ତଥ୍ୟ ମିଳିବ। ଏଥିରୁ ରାମ ମନ୍ଦିର ସମ୍ପର୍କରେ ଭବିଷ୍ୟତ ପିଢ଼ି ସବିଶେଷ ତଥ୍ୟ ପାଇପାରିବେ।
‘ଟାଇମ୍‌ କ୍ୟାପ୍‌ସୁଲ୍‌’ ହେଉଛି ଏକପ୍ରକାର ବକ୍ସ। ଏହା ଯେ କୌଣସି ଆକାର ବିଶିଷ୍ଟ ହୋଇପାରେ। ପୁରାତନ କାଳରେ କାଚ, କାଠ, ଲୁହାରେ ଏହା ତିଆରି କରାଯାଉଥିଲେ ମଧ୍ୟ ତମ୍ବାକୁ ଅଗ୍ରାଧିକାର ଦିଆଯାଇଥାଏ। କାରଣ ତମ୍ବା ହେଉଛି ଦୀର୍ଘସ୍ଥାୟୀ ପଦାର୍ଥ। ଲୁହା ଭଳି ଏଥିରେ ରାସାୟନିକ ପ୍ରତିକ୍ରିୟା ଦେଖିବାକୁ ମିଳେନାହିଁ। ଫଳରେ ଏଥିରେ ରଖାଯାଇଥିବା ସାମଗ୍ରୀ ଯେକୌଣସି ପରିସ୍ଥିତି ଏବଂ ପାଣିପାଗରେ ମାଟି ଭିତରେ ସୁରକ୍ଷିତ ଭାବେ ରହିଥାଏ।
ଭୂପୃଷ୍ଠ ଅଭ୍ୟନ୍ତରରେ ‘ଟାଇମ୍‌ କ୍ୟାପ୍‌ସୁଲ୍‌’ ରଖାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାଟା ସୁରକ୍ଷିତ ରଖିବା। ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ହେଲେ ଐତିହାସିକ ସ୍ମାରକୀ କ୍ଷତିଗ୍ରସ୍ତ ହୋଇଥାଏ। ହେଲେ ଭୂଗର୍ଭରେ ରଖାଯାଇଥିବା ‘ଟାଇମ୍‌ କ୍ୟାପ୍‌ସୁଲ’ ଲକ୍ଷାଧିକ ବର୍ଷ ପରେ ବି ଚୋରି କିମ୍ବା ନଷ୍ଟ ହେବାର ଆଶଙ୍କା ନ ଥାଏ। କହିବାକୁ ଗଲେ ଏହା ବର୍ତ୍ତମାନକୁ ଇତିହାସ ସହ ଯୋଡ଼ିବାର କାର୍ଯ୍ୟ କରିବ। ଏହି କାରଣରୁ ରାମ ମନ୍ଦିର ନିର୍ମାଣ ସମୟରେ‘ଟାଇମ୍‌ କ୍ୟାପ୍‌ସୁଲ୍‌’ର ପରିକଳ୍ପନା କରାଯାଇଛି।
ଇତିହାସ ପୃଷ୍ଠା ଲେଉଟାଇଲେ ‘ଟାଇମ୍‌ କ୍ୟାପ୍‌ସୁଲ’ ବ୍ୟବହାର ସମ୍ପର୍କରେ ଅନେକ ସୂଚନା ମିଳେ। ଅତୀତରେ ଐତିହାସିକ ସ୍ମାରକୀ ତଳେ ଭବିଷ୍ୟତ ପିଢ଼ିଙ୍କୁ ଦିଗ୍‌ଦର୍ଶନ ଦେବାକୁ ଏଭଳି ଦସ୍ତାବିଜ୍‌ ସଂରକ୍ଷଣ କରି ରଖାଯାଉଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଲାଲ୍‌କିଲ୍ଲା’ ତଳେ ଏଭଳି ଏକ ଐତିହ୍ୟପତ୍ର ରଖିଥିବା ଇତିହାସ କୁହେ। ସତୁରି ଦଶକ ପ୍ରାରମ୍ଭରେ ଇନ୍ଦିରାଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ସେ ସମୟରେ ‘ଲାଲ୍‌କିଲ୍ଲା’ର ୩୨ ଫୁଟ ଗହ୍ବରରେ ଇନ୍ଦିରା ଏକ ଟାଇମ୍‌ କ୍ୟାପ୍‌ସୁଲ ରଖାଇଥିଲେ। ଏଥିରେ ସ୍ବାଧୀନତାର ୨୫ ବର୍ଷର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀଗୁଡ଼ିକ ଉଲ୍ଲେଖ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ନେଇ ବିରୋଧୀମାନେ ତୁମ୍ବିତୋଫାନ କରିଥିଲେ। ୧୯୭୭ରେ ଜନତା ଦଳ କ୍ଷମତାକୁ ଆସିବା ପରେ ମୋରାରଜୀ ଦେଶାଇ ଏହି ବିବାଦୀୟ କ୍ୟାପ୍‌ସୁଲ୍‌କୁ ବାହାର କରିଥିଲେ। ତେବେ ଏହାକୁ ସାର୍ବଜନୀନ କରାଯାଇ ନ ଥିଲା। ଅଦ୍ୟାବଧି ରହସ୍ୟାବୃତ୍ତ ହୋଇ ରହିଛି ଏହି କ୍ୟାପ୍‌ସୁଲ୍‌ରେ ଲିଖିତ ତଥ୍ୟ।
ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବେଳେ ବେଳେ ଟାଇମ୍‌ କ୍ୟାପ୍‌ସୁଲ୍‌ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଟାଇମ୍‌ କ୍ୟାପସୁଲର ପ୍ରଚଳନ ସମୟ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ନାହିଁ। ୨୦୧୭ରେ ସ୍ପେନ୍‌ରୁ ଏଭଳି ଏକ ‘ଟାଇମ୍‌ କ୍ୟାପ୍‌ସୁଲ୍‌’ ମିଳିଥିଲା। ଯିଶୁଙ୍କ ପ୍ରତିକୃତି ଆକାରର ଏହି ‘ଟାଇମ୍‌ କ୍ୟାପ୍‌ସୁଲ’ରୁ ୧୭୭୭ର ସାମାଜିକ, ଆର୍ଥିକ ସମସ୍ୟା ସମ୍ପର୍କରେ ଉଲ୍ଲେଖ ରହିଥିଲା। ଅପରପକ୍ଷେ ‘ଟାଇମ୍‌ କ୍ୟାପ୍‌ସୁଲ୍‌’କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ରଖାଯାଇଥାଏ ବୋଲି କହିବା ଶତପ୍ରତିଶତ ଠିକ୍‌ ନୁହେଁ। ଏହାକୁ ନିର୍ଦ୍ଦଷ୍ଟ ସମୟ ଅନ୍ତରାଳରେ ବାହାର କରାଯିବାର ନଜିର ମଧ୍ୟ ରହିଛି। ଏହାକୁ ‘ସିଡ୍ୟୁଲ୍‌ଡ୍‌ ଟାଇମ୍‌ କ୍ୟାପ୍‌ସୁଲ୍‌’ କୁହାଯାଏ। ୧୯୪୦ରେ ଜର୍ଜିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ବର୍ଷ ଭୂଗର୍ଭ ଅଭ୍ୟନ୍ତରରେ ଏକ ‘ଟାଇମ୍‌ କ୍ୟାପ୍‌ସୁଲ୍‌’ ରଖାଯାଇଥିଲା। ଯଦି ମାନବ ସଭ୍ୟତା ତିଷ୍ଠି ରହେ ତେବେ ୮୧୧୩ ବେଳକୁ ଏହାକୁ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ ପ୍ରାଚୀନ ସଭ୍ୟତା ଏବଂ ଏହାର କ୍ରମବିକାଶ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ସେହିପରି କାନାଡ଼ାର ସୁପ୍ରସିଦ୍ଧ ଲେଖିକା ମାର୍ଗାରେଟ୍‌ ଅଟ୍‌ଉଡ୍‌ଙ୍କ କେତେକ ଅପ୍ରକାଶିତ ଉପନ୍ୟାସ ମଧ୍ୟ ‘ଟାଇମ୍‌ କ୍ୟାପ୍‌ସୁଲ୍‌’ରେ ରହିଛି, ଯାହାକୁ ୨୧୧୪ରେ ସାର୍ବଜନୀନ କରାଯିବ।

କୋଡିଂ କରିବା କଷ୍ଟସାଧ୍ୟ
‘ଟାଇମ୍‌ କ୍ୟାପ୍‌ସୁଲ୍‌’କୁ ନେଇ ଭିନ୍ନ ମତ ଦେଇ ଆସୁଛନ୍ତି ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌। କେତେକଙ୍କ କହିବା କଥା, ମାଟିତଳୁ ଉଦ୍ଧାର ହୋଇଥିବା ଅନେକ ‘ଟାଇମ୍‌ କ୍ୟାପସୁଲ’ ଅପ୍ରାସଙ୍ଗିକ। କାରଣ କେତେଜଣ ବ୍ୟକ୍ତି ନିଜକୁ ମହିମାମଣ୍ଡିତ କରିବାକୁ ଏଥିରେ ଅନାବଶ୍ୟକ ତଥ୍ୟ ରଖିଥାନ୍ତି। ସେହିପରି ଲକ୍ଷାଧିକ ବର୍ଷ ତଳେ ରଖାଯାଇଥିବା ତଥ୍ୟକୁ କୋଡିଂ କରିବା କଷ୍ଟସାଧ୍ୟ କାର୍ଯ୍ୟ। ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୂଆ ବିକାଶ ଦେଖୁଛି। ଆଗାମୀ ଭବିଷ୍ୟତର ଟେକନିକ୍‌ ଏତେ ଆଗକୁ ବଢ଼ିଯାଇଥିବ ଯେ, ଆଜିର ତଥ୍ୟ ସେତେବେଳକୁ ହୁଏତ କାମରେ ଆସିବନି। ସେହିପରି ସମସ୍ତ ପୁରାତନ ତଥ୍ୟକୁ କୋଡିଂ କରିବା ସମ୍ଭବପର ନୁହେଁ। ଭାଷାକୁ ନେଇ ମଧ୍ୟ ସମାନ ସମସ୍ୟା ଭୋଗିବାକୁ ପଡ଼ିପାରେ। ଲିଖିତ ଆକାରରେ ତଥ୍ୟ ରଖିବା ବଦଳରେ ଭିଡିଓ କିମ୍ବା ଅଡିଓ ମାଧ୍ୟମରେ ରଖାଗଲେ ଏହା କାମରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri