Posted inଖେଳ

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇପାରିଥିଲା। ତାଙ୍କ ସ୍ଥାନରେ ଟିମ୍‌ ସୌଦିଙ୍କୁ ଟେଷ୍ଟ ଦଳର ନୂଆ ଅଧିନାୟକ କରାଯାଇଛି। ଓ୍ବିଲିୟମସନ କିନ୍ତୁ ହ୍ବାଇଟ୍‌ବଲ ଫର୍ମାଟରେ ଅଧିନାୟକ ରହିବେ। ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ ଓ ଟି୨୦ ବିଶ୍ୱକପ୍‌ ୨୦୨୪ରେ ତାଙ୍କର ଧ୍ୟାନ ରହିବ। ଟମ୍‌ ଲଥାମଙ୍କୁ ଉପ ଅଧିନାୟକ କରାଯାଇଛି। ପରିସଂଖ୍ୟାନ ଅନୁସାରେ ନ୍ୟୁଜିଲାଣ୍ଡ ଇତିହାସରେ ଓ୍ବିଲିୟମସନ ହେଉଛନ୍ତି ଶ୍ରେଷ୍ଠ ଅଧିନାୟକ। ତାଙ୍କ ଅଧୀନରେ ଦଳ ଖେଳିଥିବା ୪୦ ଟେଷ୍ଟ ମ୍ୟାଚ ମଧ୍ୟରୁ ୨୨ଟିରେ ବିଜୟ ଲାଭ କରିଛି। ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ ଡ୍ର ରଖିଥିବା ବେଳେ ୧୦ଟିରେ ପରାଜୟ ବରଣ କରିଛି। ଗତବର୍ଷ ଜୁନ୍‌ରେ ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ପରାସ୍ତ କରି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଜିତିଥିଲା। ଏହାପୂର୍ବରୁ ଟେଷ୍ଟ ର଼୍ୟାଙ୍କିଙ୍ଗରେ ମଧ୍ୟ ଦଳ ଶୀର୍ଷ ସ୍ଥାନରେ ପହଞ୍ଚତ୍ଥିଲା। ଓ୍ବିଲିୟମସନ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି, ପଡ଼ିଆ ଓ ପଡ଼ିଆ ବାହାରେ ତାଙ୍କ କାର୍ଯ୍ୟଭାର ଯଥେଷ୍ଟ ବୃଦ୍ଧିପାଇଥିବାରୁ କ୍ୟାରିୟରର ଏହି ସମୟରେ ଏପରି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ସହିତ ଆଲୋଚନା ପରେ ଆସନ୍ତା ଦୁଇ ବର୍ଷରେ ଖେଳାଯିବାକୁ ଥିବା ଦୁଇଟି ବିଶ୍ୱକପ୍‌ ଲାଗି ହ୍ବାଇଟ ଫର୍ମାଟରେ ତାଙ୍କ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ଓ୍ବିଲିୟମସନ କହିଛନ୍ତି, ଟେଷ୍ଟ ଅଧିନାୟକ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସୌଦି ଓ ଲଥାମ ତାଙ୍କୁ ସହାୟତା କରି ଆସିଛନ୍ତି। ଟିମ୍‌ଙ୍କୁୂ ଅଧିନାୟକ ଏବଂ ଟମ୍‌ଙ୍କୁ ଉପ ଅଧିନାୟକ ଭାବେ ମୋର ଅନୁରୂପ ସମର୍ଥନ ରହିବ। ୩୪୬ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ସାଉଦି ୨୨ଥର ଟି୨୦ ଦଳର ନେତୃତ୍ୱ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ୩୧ତମ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ପାକିସ୍ତାନକୁ ଟେଷ୍ଟ ଟୁର୍‌ ବେଳେ ସେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ। ପ୍ରଥମ ଟେଷ୍ଟ ବକ୍ସିଂ ଡେ’ରେ କରାଚୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri