Posted inଖେଳ

ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍‌ ପେନ୍‌; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…

ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍‌ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ କରେ ତେବେ ସେ ଅଧିନାୟକ ପଦ ଛାଡ଼ିଦେବେ ବୋଲି କହିଛନ୍ତି। ଏପରିକି ସେ ଷ୍ଟିଭ୍‌ ସ୍ମିଥଙ୍କୁ ତାଙ୍କ ବଦଳରେ ଅଧିନାୟକ ହେବେ ବୋଲି ସେ ପରୋକ୍ଷରେ କହିଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଘରୋଇ ସିରିଜ୍‌ ଖେଳି ପରାଜିତ ହୋଇଥିଲା ଅଷ୍ଟ୍ରେଲିଆ। ଏହାପରଠାରୁ ପେନ୍‌ଙ୍କ ଉପରେ ଅଧିନାୟକ ପଦ ଛାଡ଼ିବା ନେଇ ଚାପ ରହିଛି। ସେହିଭଳି ସ୍ମିଥ୍‌ ପୁଣିଥରେ ଦଳର ନେତୃତ୍ୱ ନେବାକୁ ଆଶା କରି ବସିଛନ୍ତି।
ଏକ ସାକ୍ଷାତକାରରେ ପେନ୍‌ କହିଛନ୍ତି, ନିଶ୍ଚିତ ଭାବେ ମୁଁ ନିଷ୍ପତ୍ତି ନିଏ ନାହିଁ। ହେଲେ ଷ୍ଟିଭ୍‌ଙ୍କ ନେତୃତ୍ୱରେ ଯେତିକି ସମୟ ଖେଳିଛି, ତାହା ବହୁତ ଭଲ ଥିଲା। ତାଙ୍କ ପାଖରେ ବହୁତ ଅଭିଜ୍ଞତା ରହିଛି। ତାଙ୍କୁ ବହୁତ କମ୍‌ ବୟସରୁ ଦଳର ଦାୟିତ୍ୱ ମିଳିଥିଲା। ସେଥିପାଇଁ ସେ ପ୍ରସ୍ତୁତ ନ ଥିଲେ। ହେଲେ ଯେତେବେଳେ ମୁଁ ଆସିଲି, ସେ ନିଜକୁ ମଜଭୂତ କରିସାରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଭଳି ଘଟଣା ହୋଇଥିଲା। ମାତ୍ର ମୁଁ ତାଙ୍କୁ ଆଗାମୀ ଅଧିନାୟକ କରାଯାଉ ବୋଲି ଚାହେଁ ବୋଲି ସେ କହିଛନ୍ତି।

ଯଦି ଚଳିତ ବର୍ଷ ଆସେସ୍‌ ସିରିଜ୍‌ରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ପରାଜିତ କରେ ତେବେ ସେ ପଦ ଛାଡ଼ି ଦେବେ। ଅତିକମ୍‌ରେ ଆସନ୍ତା ୬ ଟେଷ୍ଟ ପର୍ଯ୍ୟନ୍ତ ଅଛି। ଇଂଲଣ୍ଡକୁ ହରାଇବା ପରେ ଯିବାର ଠିକ୍‌ ସମୟ ହେବ ବୋଲି ମନେକରୁଛି।
ଏହାଛଡ଼ା ଭାରତ ବିପକ୍ଷ ସିରିଜକୁ ନେଇ ସେ କହିଛନ୍ତି, ସେ ସହଜରେ ଆପଣଙ୍କ ଧ୍ୟାନ ପରିବର୍ତ୍ତନ କରିପାରନ୍ତି। ଆମେ ସେଥିରେ ଫସି ଯାଇଥିଲୁ। ସେମାନେ ଗାବା ଯିବେ ନାହିଁ ବୋଲି କହିଥିଲେ। ଏଣୁ କେଉଁଠି ଖେଳିବୁ ବୋଲି ଆମେ ଜାଣି ନ ଥିଲୁ। ଏଣୁ ଆମ ଧ୍ୟାନ ବଦଳିଥିଲା। ସେତେବେଳେ ଭାରତୀୟ ଟିମ୍‌ ବ୍ରିସ୍‌ବେନରେ ଖେଳିବାକୁ ଚାହୁଁ ନ ଥିଲେ, ମାତ୍ର ଭାରତ ଖେଳିଥିଲା ଏବଂ ଶେଷ ମ୍ୟାଚ୍‌ ଜିତି ଇତିହାସ ରଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri