ଟ୍ରାଙ୍କୁଲାଇଜ ପାଇଁ ଜଗିଛି ଟିମ୍‌

ନୀଳଗିରି,୪।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ବୁଲୁଛି ଅସୁସ୍ଥ ଦନ୍ତା। ଅସୁସ୍ଥ ଦନ୍ତାର ଚିକିତ୍ସା ଲାଗି ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଟିମ୍‌ ପହଞ୍ଚତ୍ଛି। ହେଲେ ପ୍ରଥମ ଦିନରେ ବନବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ବିଫଳ ହୋଇଛି।
ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ଗତ ସୋମବାର ଏକ ଛୁଆ ମାଈହାତୀର ମୃତ୍ୟୁ ଘଟିଥିଲା। ପୁଣି କୁଲଡ଼ିହା ଅଭୟାରଣ୍ୟ ଖୁମକୁଟ ଡ୍ୟାମ୍‌ ନିକଟରେ ଦୁଇଟି ଦନ୍ତା ଲଢ଼େଇ ଲାଗି ଗୋଟିଏ ଦନ୍ତା ଗୁରୁତର ହୋଇପଡ଼ିଥିଲା। ଦନ୍ତା ହାତୀର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି। କୁଲଡ଼ିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ନିକଟ ଖୁମକୁଟ ପାଖରେ ପ୍ରାଣୀ ଚିକିତ୍ସକ ଡା. ମୁକ୍ତିକାନ୍ତ ସେଠୀଙ୍କ ଦ୍ୱାରା ଦନ୍ତାର ଚିକିତ୍ସା ଚାଲିଥିଲା। ଅସୁସ୍ଥତା ବଢ଼ିବା ଯୋଗୁ ୱାଇଲ୍‌ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରି ଫେରିଥିଲେ। ହାତୀଟି ଅସୁସ୍ଥତା ମଧ୍ୟରେ ଜଙ୍ଗଲରେ ଏକୁଟିଆ ବୁଲୁଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ। ତେଣୁ ତାର ଅଧିକ ଚିକିତ୍ସା ଲାଗି ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ବନ ବିଭାଗ। ଅସୁସ୍ଥ ଦନ୍ତା ଜଙ୍ଗଲରୁ ବାହାରିବା ପରେ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଛକି ରହିଥିଲେ ଫିଲ୍ଡ ଡାଇରେକ୍ଟର କମ୍‌ ଆର୍‌ସିସିଏଫ୍‌ ଟି. ଅଶୋକ କୁମାର, ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ, କୁଲଡ଼ିହା ରେଞ୍ଜରଙ୍କ ସମେତ ବନ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ, ଟ୍ରାଙ୍କୁଲାଇଜ୍‌ ଟିମ୍‌। କିନ୍ତୁ ଘଞ୍ଚ ଅରଣ୍ୟରେ ହାତୀକୁ ଠାବ କରିଥିଲେ ହେଲେ ପ୍ରଥମ ଦିନରେ ଟ୍ରାଙ୍କୁଲାଇଜ୍‌ କରିବାରେ ବିଫଳ ହୋଇଛନ୍ତି। ଶନିବାର ପୁଣି ପ୍ରୟାସ କରାଯିବ ବୋଲି ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?