ମା’ ହେଲା ମେଘା, ୩ ଶାବକକୁ ଦେଲା ଜନ୍ମ

ବାରଙ୍ଗ, ୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ବାଘୁଣୀ ମେଘା ୩ଟି ଛୁଆକୁ ଜନ୍ମ ଦେଇଛି । ମଙ୍ଗଳବାର ରାତିରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜଣାପଡ଼ିଛି। ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଛନ୍ତି।
ବାଘ ଛୁଆଙ୍କୁ ବର୍ତ୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ବାଘୁଣୀ ମେଘା ଓ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନୂଆ ଅତିଥିଙ୍କ ଆଗମନ ସହ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ରେ ପହଞ୍ଚିଛି। ଏହାପୂର୍ବରୁ ଗତ ମାସ ୨୮ ତାରିଖରେ ବାଘୁଣୀ ବିଜୟା ତିନିଟି ଶାବକ ଜନ୍ମ ଦେଇଥିଲା।