ସୁରକ୍ଷା ଖୋଜୁଛି ବାଘମାମୁଁ: ସଂଖ୍ୟା ବୃଦ୍ଧି ଉତ୍ସାହ ଭିତରେ ନୈରାଶ୍ୟ ଆଣିଛି ମୃତ୍ୟୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଆଈମା’ କାହାଣୀ ଶୁଣିବାବେଳେ ପିଲେ ଦୁଷ୍ଟ ହେଲେ ବାଘମାମୁ ଆସିବ କହି ଡରାଯାଏ। ଏବେ ସମୟ ବଦଳି ଯାଇଛି। ବାଘ ଛୁଆଟି କଥା ନ ମାନିଲେ ମଣିଷ ଆସିବ କହି କୋଳେଇ ନେଉଛି ବାଘ ମା’। ବାଘର ସବୁଜ ଘର ଉପରେ ଶିକାର, ରୋଗ, ପ୍ରଦୂଷଣ ସହ ମଣିଷ ପ୍ରତାରଣାର କଳାବାଦଲ ସତେ ଯେମିତି ବଡ଼ ବିପଦ ସାଜିଛି। ନିକଟରେ ଦେଶ ଓ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ରିପୋର୍ଟ ଉତ୍ସାହ ଆଣିଛି ସତ, ମୃତ୍ୟୁ କିନ୍ତୁ ନୈରାଶ୍ୟ ଭରିଦେଇଛି। ସତେ ଯେମିତି ମଣିଷ ବିପଦରୁ ରକ୍ଷା ପାଇବାକୁ ନୂଆ ରାଇଜ ଖୋଜୁଛି ବାଘମାମୁ।
ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ବାଘ ସଂଖାକୁ ନେଇ ରିପୋର୍ଟ ପ୍ରକାଶ କରିବା ପରେ ଏମିତି ଚର୍ଚ୍ଚା ହେଉଛି। ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି(ଏନ୍‌ଟିସିଏ) ଏବଂ ୱାଇଲ୍ଡଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ) ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ୨୦୧୬-୨୦୧୮ର ବାଘ ଗଣନା ସ୍ଥାନ ପାଇଥିଲା। ସାରା ଦେଶରେ ୧୨,୮୫୨ କଲରାପତରିଆ ବାଘ ଥିବା ଦର୍ଶାଯାଇଥିଲାବେଳେ ଓଡ଼ିଶାର ସଂଖ୍ୟା ୭୬୦ ଥିବା ଉଲ୍ଲେଖ ରହିଛି। ଏହା ପୂର୍ବରୁ ଅର୍ଥାତ୍‌ ୨୦୧୪-୨୦୧୬ ଗଣନାରେ ଭାରତରେ ଏହି ସଂଖ୍ୟା ୭,୯୧୦ ଥିବାବେଳେ ଓଡ଼ିଶାରେ ଥିଲା ୩୧୮। ଓଡ଼ିଶା ଭଳି ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ୧୦୦ ଗୁଣ ଅଧିକ ବୃଦ୍ଧି ଘଟିବା ଯଦିଓ ବନ ବିଭାଗକୁ ଉତ୍ସାହିତ କରିଛି, ଶିକାରଜନିତ ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଅଧିକ ବ୍ୟଥିତ କରିଛି। ଗତ କିଛିବର୍ଷ ଭିତରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଚଢ଼ାଉ କରି ବହୁ ବାଘ ଛାଲ ସହ ନଖ, ଦାନ୍ତ ଆଦି ଜବତ କରିଛି। ସେହିଭଳି ବନ ବିଭାଗ ଓ ସ୍ଥାନୀୟ ପୋଲିସ ମଧ୍ୟ କେତେକ କ୍ଷେତ୍ରରେ ଏଗୁଡ଼ିକୁ ଜବତ କରିଥିବା ଦେଖାଯାଇଛି। ଏସବୁ ଘଟଣାରେ ରାଜ୍ୟରେ ବାଘ ମୃତ୍ୟୁର ବାସ୍ତବ ସ୍ଥିତି ଜଣାପଡୁଛି। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ରିପୋର୍ଟ ଅନୁସାରେ, ୨୦୧୬ ଜାନୁୟାରୀରୁ ୨୦୨୦ ଡିସେମ୍ବର ୨୮ ମଧ୍ୟରେ ୫୫ଟି କଲରାପତରିଆ ବାଘଛାଲ ଜବତ ହୋଇଥିବାବେଳେ ୧୦ ବାଘର ମୃତଦେହ ମିଳିଛି। ୨୦୧୬ରେ ୧୮ଟି ବାଘଛାଲ ଜବତ ହୋଇଥିବାବେଳେ ୨୦୧୭ରେ ୭, ୨୦୧୮ରେ ୨, ୨୦୧୯ରେ ୧୦ ଓ ୨୦୨୦ରେ ୧୮ ବାଘଛାଲ ମିଳିଛି। ସେହିପରି ୨୦୧୭ରେ ୧, ୨୦୧୯ରେ ୬ ଏବଂ ୨୦୨୦ରେ ୩ କଲରା ପତରିଆ ବାଘର ମୃତ୍ୟୁ ରିପୋର୍ଟ ହୋଇଥିବା ଡବ୍ଲ୍ୟୁଏସ୍‌ଓର ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା, ସେପ୍ଟିସେମିଆ ରୋଗ, ଶିକାର ଯୋଗୁ ବାଘର ମୃତ୍ୟୁ ଘଟିଥିବା ବନ ବିଭାଗ ତରଫରୁ ରିପୋର୍ଟ ଦିଆଯାଇଥିବାବେଳେ ଆଉ କିଛି ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ଦର୍ଶାଯାଇଛି।
ବାଘ ମୃତ୍ୟୁକୁ ନେଇ ଆଉଏକ ଚାଞ୍ଚଲ୍ୟକର ତଥ୍ୟ ବି ପଦାକୁ ଆସୁଛି। ସୁରକ୍ଷା ଦାୟିତ୍ୱରେ ରହୁଥିବା କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ର଼୍ୟାକେଟ୍‌ରେ ଫସି ଏସବୁ ବାଘ ଆଖି ବୁଜିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ବନ ବିଭାଗର କେତେଜଣ ଡିଏଫ୍‌ଓ, ରେଞ୍ଜର, ଫରେଷ୍ଟର, ଗାର୍ଡ, ଅତିରିକ୍ତ ପିସିସିଏଫ୍‌ ଶ୍ରେଣୀର ଅଧିକାରୀ ଦୁର୍ନୀତି ଅଭିଯୋଗରେ ଧରାପଡି ଜେଲ ଦଣ୍ଡ ଭୋଗୁଛନ୍ତି। ବନ୍ୟପ୍ରାଣୀଙ୍କୁ ବନ ବିଭାଗ ଠିକ୍‌ ସୁରକ୍ଷା ଦେଇପାରି ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। ସାତକୋଶିଆରେ ବଡ଼ ଅଧିକାରୀଙ୍କ ଅପାରଗତା ଯୋଗୁ କୋଟି କୋଟି ଟଙ୍କାର ପ୍ରକଳ୍ପ ବନ୍ଦ ହେବା ସହ ମଧ୍ୟପ୍ରଦେଶରୁ ଆସିଥିବା ‘ମହାବୀର’ ମହାବଳ ବାଘର ଶିକାର ଓ ବାଘୁଣୀ ‘ସୁନ୍ଦରୀ’ ବନ୍ଦୀ ହୋଇରହିଛି। ସେହିପରି ଦେବ୍ରିଗଡ଼ରେ ମହାବଳ ବାଘ ଶିକାର ପରେ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଓ ସମ୍ବଲପୁର ଆର୍‌ସିସିଏଫ୍‌ ମହାବଳ ବାଘକୁ କଲରାପତରିଆ ବୋଲି ଦେଖେଇବାକୁ ବୃଥା ଚେଷ୍ଟା କରିବା ମଧ୍ୟ ୨୦୧୮ରେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏସବୁ ଘଟଣା ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ବନ ବିଭାଗର ପୂର୍ବତନ ବରିଷ୍ଠ ରିସର୍ଚ୍ଚ ଅଫିସର ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ଲାଲା ଏ. କେ. ସିଂ କୁହନ୍ତି, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଢିଲା କରୁଛି। ପୂର୍ବଭଳି ଷ୍ଟାଫ୍‌ମାନେ ଫିଲ୍ଡକୁ ଯାଉ ନାହାନ୍ତି। ଜଙ୍ଗଲରେ କ’ଣ ହେଉଛି ତାହା ଭଲରେ ଜାଣି ପାରୁନାହାନ୍ତି। ତେଣୁ ସ୍ଥାନୀୟ ବନ ଅଧିକାରୀ ସବୁବେଳେ ଷ୍ଟାଫ୍‌ଙ୍କୁ ଏପରି ଭାବେ ଜଙ୍ଗଲ କାମରେ ନିୟୋଜିତ କରାଇବା ଉଚିତ, ଯେପରି କି ସେମାନେ ଜଙ୍ଗଲରୁ ସବୁ ପ୍ରକାର ଖବର ନେଇ ଆସିବେ। ଏଥିପାଇଁ ପ୍ରତିଦିନ ଏକ ଡାଏରି ମେଣ୍ଟେନ ହେବା ଉଚିତ।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri