Posted inଖେଳ

କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର

ଲସ୍‌ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍‌ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମଙ୍ଗଳବାର ରାସ୍ତା ମଝିରେ ଥିବା ଡିଭାଇଡରରେ ଟାଇଗରଙ୍କ ଏସ୍‌ୟୁଭି କାର ଧକ୍କା ଦେଇଥିଲା ଓ ଏକାଧିକବାର ଲେଉଟା ମାରିବା ସହ ଓଲଟି ପଡିଥିଲା। ତେବେ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛନ୍ତି। ସ୍ଥାନୀୟ ସବୁରବନ୍‌ସ୍ଥିତ ସଡକରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀମାନେ ତାଙ୍କୁ ଝରକା ଦେଇ କାର ଭିତରୁ ବାହାରକୁ ଆଣିଥିଲେ ଓ ତାଙ୍କର ସେତେବେଳେ ଚେତା ବୁଡି ନ ଥିଲା। ଏହି ଦୁର୍ଘଟଣାରେ ଆଉ କୌଣସି ଯାନବାହନ କିମ୍ବା ବ୍ୟକ୍ତି ପ୍ରଭାବିତ ହୋଇନାହାନ୍ତି। ସଡକରେ ଯେଉଁଠାରେ ହାଇସ୍ପିଡ୍‌ ଆକ୍ସିଡେଣ୍ଟର ହଟ୍‌ସ୍ପଟ ଲେଖାଥିଲା ସେଠାରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଗୋଡରେ ଅସ୍ତ୍ରୋପଚାର କରାଯାଇଛି।
୪୫ ବର୍ଷୀୟ ଟାଇଗର ତାଙ୍କ କାରରେ ଏକା ଥିଲେ। ସେ ମଦ୍ୟପାନ କରି ନ ଥିଲେ ଓ କାର ସ୍ପିଡ୍‌ କେତେଥିଲା ସେ ନେଇ ଅଧିକାରୀ କିଛି ସ୍ପଷ୍ଟ କରିନାହାନ୍ତି। ଦୁଇ ଲେନ୍‌ ବିଶିଷ୍ଟ ରାସ୍ତାର ଗଡାଣିଆ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଗଲ୍ଫ ଟୁର୍ନାମେଣ୍ଟ ଖେଳିବାକୁ ସେ ଲସ୍‌ଏଞ୍ଜେଲ୍ସ ଆସିଛନ୍ତି। ଉଲ୍ଲେଖଥାଉ କି ଟାଇଗର ତାଙ୍କ କ୍ୟାରିୟରରେ ୧୫ଥର ମେଜର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି ଓ ସେ ପିଜିଏ ଟୁର୍‌ରେ ୮୨ଥର ବିଜୟୀ ହୋଇଛନ୍ତି। ତୃତୀୟଥର ପାଇଁ ଉଡ୍ସ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ୨୦୦୯ ଓ ୨୦୧୭ରେ ପୋଲିସ୍‌ ତାଙ୍କ କାରକୁ ନେଇ ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri