ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ

ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ ଘାଟିକାଳୁଆ ମନ୍ଦିର ଓ ରୋଲାଣ୍ଡ କଲେଜ ମଝିରେ ୧୬ ନଂ ଜାତୀୟ ରାଜପଥରେ ଅତିକ୍ରମ କରୁଥିବା ନେଇ ଏକ ପର୍ଯ୍ୟଟକ କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖବର ପାଇବା ପରେ ବ୍ରହ୍ମପୁର ଡିଏଫ୍‌ଓ ଶନି ଖୋଖର ଓ ବନ ଅଧିକାରୀମାନେ ଅତିକ୍ରମ କରିଥିବା ସ୍ଥାନ ଓ ଆଖପାଖ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନଙ୍କୁ ରାତିରେ ଏକୁଟିଆ ନ ବାହାରିବାକୁ ବନ କର୍ମଚାରୀ ସଚେତନ କରିଛନ୍ତି। ଏହା ପରେ ଭାଲିଆଗଡ଼, ପାଲୁର ହିଲ, ଘାଟିକାଲୁଆ ଓ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି।

ସୂଚନାନୁଯାୟୀ, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦ ଅଞ୍ଚଳ ଏକ ପର୍ଯ୍ୟଟକ ନିଜ ପରିବାର ନେଇ ପୁରୀ ବୁଲିବାକୁ ଆସିଥିଲେ। ୧୬ ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଗତ ୩ ତାରିଖ ରାତି ଘାଟିକାଲୁଆ ଓ ରୋଲାଣ୍ଡ କଲେଜ ମଝିରେ ବାଘ ରାସ୍ତା ଦେଇ ଏକ ବସ୍ତି ପଛପଟୁ ଅତିକ୍ରମ କରିଥିଲା। ପର୍ଯ୍ୟଟକ କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ସମୟ ରାତି ୯.୨୯ ମିନିଟ୍‌ରେ ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟକ ଜଣକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍‌ ରଖି କର୍ମଚାରୀଙ୍କୁ ବାଘ ଆସିଥିବା ନେଇ କହିଥିଲେ ମଧ୍ୟ କେହି ବିଶ୍ୱାସ କରି ନ ଥିଲେ। ବୁଧବାର ଡିଏଫ୍‌ଓ ଖୋଖର, ଭାରପ୍ରାପ୍ତ ଏସିଏଫ୍‌ ମାଣିକେଶ୍ୱରୀ ହାଁସଦା ଓ ଅନ୍ୟ ଅଧିକାରୀମାନେ ବାଘ ପାର୍‌ ହୋଇଥିବା ସ୍ଥାନ ଓ ଆଖ ପାଖ ଅଞ୍ଚଳ ବୁଲି ଦେଖିଲା ସମୟ ଗୋଟିଏ ବାଘର ପାଦଚି଼ହ୍ନ ସ୍ପଷ୍ଟ ଦେଖିବାକୁ ପାଇଥିବା ବେଳେ ଆଉ କିଛି ପାଦଚି଼ହ୍ନଗୁଡିକ ଲୋକମାନେ ଯାତାୟାତ କରିବା ଫଳରେ ସମ୍ପୂର୍ଣ୍ଣ ଦେଖି ପାରି ନ ଥିଲେ। ପୁଣି ସେହି ରାସ୍ତା ଦେଇ ବାଘ ଫେରି ଯାଇଥିବା ପାଦଚି଼ହ୍ନ ରହିଛି ବୋଲି ଭାରପ୍ରାପ୍ତ ଏସିଏଫ୍‌ ହାଁସଦା ସୂଚନା ଦେଇଛି। ବାଘର ଗତି ପଥକୁ ଚିକିଟି ଓ ଟମଣା ବନାଞ୍ଚଳରେ ବନପାଳମାନେ ଟ୍ରାକିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକରେ ସଚେତନ କରାଯାଉଛି ବୋଲି କହିଥିଲେ।

ଅନ୍ୟ ପଟେ ଗତ ୫ ତାରିଖରେ ଗୋବିନ୍ଦନଗର ପଞ୍ଚାୟତ ପନାଡା ଗ୍ରାମରେ ବଣରେ ଛେଳି ଚରୁଥିବାବେଳେ ଉକ୍ତ ଗ୍ରାମ ଜୁରିଆ ପ୍ରଧାନଙ୍କ ଦୁଇଟି ଛେଳି, ଟୁକୁନା ଗୌଡ଼ ଗୋଟିଏ ଛେଳି ବାଘ ମାରି କହିଥିବାବେଳେ ଓ ଲକ୍ଷ୍ମୀ ଗୌଡ଼ଙ୍କ ଗୋଟିଏ ଛେଳି ପ୍ରିୟା ୭୦ ଭାଗକୁ ଖାଇଥିବା ସହ କିଛି ଅଂଶକୁ ନ ଖାଇବା ଫଳରେ ଛାଡ଼ିଦେଇଥିବା ନେଇ ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ମହାବଳ ବାଘ ଗତ ଜାନୁଆରୀ ପାତ୍ରପୁର ବନାଞ୍ଚଳରେ ଏହି ବାଘ ବୁଲୁ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଏରିଆ ଅଞ୍ଚଳରୁ ଆସିଛି। ଏହା ରୟାଲ ବେଙ୍ଗଲ ଟାଇଗର ଜାତିର ବୋଲି ଡିଏଫ୍‌ଓ ଖୋଖର ସୂଚନା ଦେଇଛନ୍ତି। ଏଥିସହ ଜାତୀୟ ରାଜପଥ ଓ ଜଙ୍ଗଲ ପାଖରେ ଥିବା ଗ୍ରାମରେ ସଚେତନ କରିବା ସହ ୧୫ରୁ ୨୦ ଜଣ ପାଟ୍ରୋଲିଂ କରୁଥିବା କହିଛନ୍ତି। ଯେଉଁମାନଙ୍କର ଛେଳିକୁ ବାଘ ମାରି ଖାଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୧ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?