ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଉଭୟ ବନଖଣ୍ଡର ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନବିଭାଗ ମୁହଁ ଖୋଲୁନି। ତେବେ ବିଭିନ୍ନ ସମୟରେ ବାଘ ଛାଲ, ନଖ ଜବତ କରାଯାଇ ବାହାବା ନିଆ ଯାଉଛି। ଶିକାର ହୋଇଥିବା ବାଘ ଅନ୍ୟ ବନଖଣ୍ଡର ଦର୍ଶାଯାଇ ଦୋଷ ଖସାଚାଲିଛି। ଅନ୍ୟପକ୍ଷେ ବାଘ ବଂଶ ବୃଦ୍ଧି ପାଇଁ ସଚେନତା ସୃଷ୍ଟି କରାଯାଉନି।
ପଞ୍ଚରିଡା ରେଞ୍ଜର ବନ କର୍ମଚାରୀମାନେ ଗତ ଅଗଷ୍ଟରେ ଗୋଡିପଲ୍ଲି ଗାଁର ସଞ୍ଜୟ ସ୍ବାଇଁ ନାମକ ଜଣେ କଲରାପତରିଆ ବାଘ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୪ ବର୍ଷ ତଳେ ୪ଜଣ ଶିକାରୀ ମିଳିତ ଭାବେ କରିଥିଲେ ବାଘ ଶିକାର। ତେବେ ଶିକାର ସମୟରେ ବାଘ ସହ ଏକ ଫଟୋ ଉଠାଇ ଜଣେ ଶିକାରୀ ଫସିଥିବାବେଳେ ୩ ଜଣ ଫେରାର ଅଛନ୍ତି। ଗତ ସେପ୍ଟେମ୍ବରରେ ରଣପୁର ରେଞ୍ଜ ରଣପୁର ମଣିନାଗସାହିରୁ ଖୋର୍ଦ୍ଧା ବନବିଭାଗ ଚଢ଼ାଉ କରି ବାଘ ଦାନ୍ତ ଜବତ କରିଛି। ବନ୍ୟ ଜୀବଜନ୍ତୁ ବ୍ୟବସାୟୀ ରଣପୁର ମଣିନାଗସାହିର ବିନୋଦ ବିହାରୀ ପ୍ରଧାନଙ୍କୁ ଗିରଫ କରିବା ପାଇଁ ବନକର୍ମଚାରୀ ଗ୍ରାହକ ସାଜି ଚଢ଼ାଉ କରିଥିଲେ। ଯେଉଁ ବ୍ୟକ୍ତି ବାଘ ଦାନ୍ତ ଲଗାଇଥିଲେ ସେ କିଣିଥିଲେ କି ବେପାର କରୁଥିଲେ ତାହା ତଦନ୍ତରୁ ସ୍ପଷ୍ଟ ହୋଇ ନ ଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପକ୍ଷେ ରଣପୁର ରେଞ୍ଜ ଅସୁରକୁମାରୀ ଜଙ୍ଗଲରେ ୨୦୨୦ ଏପ୍ରିଲରେ ଘଟିଥିବା ଦୁଇ ବାଘ ଶିକାର ଘଟଣା ଲୁଚିବା ବଦଳରେ ଗୁମର ଖୋଲିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରଣପୁର ଥାନା ପୋଲିସ ବାଧ୍ୟ ହୋଇ ୯ମାସ ପରେ ଖୋର୍ଦ୍ଧା ବନଖଣ୍ଡର ତତ୍କାଳୀନ ଏସିଏଫ୍‌ ରବୀନ୍ଦ୍ର ମହାପାତ୍ର, ତତ୍କାଳୀନ ରଣପୁର ଭାରପ୍ରାପ୍ତ ସହକାରୀ ରେଞ୍ଜର ଶରତ ଚନ୍ଦ୍ର ଶତପଥୀ, ଫରେଷ୍ଟ ଗାର୍ଡ ରୀତା ସାହୁ , ରଣପୁର ଫରେଷ୍ଟର କୈବଲ୍ୟ ବେହେରା, ମା’ଅସୁରକୁମାରୀ ବନ ସୁରକ୍ଷା ସମିତିର ସଭାପତି ସଦାଶିବ ଇନ୍ଦ୍ରଜିତ ଓ ସମ୍ପାଦକ ବିଜୟ କୁମାର ପରିଡା, ବଜ୍ରକୋଟ ଗାଁ ସଭାପତି ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ବାଘ ଶିକାର ଓ ଜାଲ ରିଜୋଲେଶନ କରି କିପରି ବାଘ ଶିକାରକୁ ଲୁଚାଇ ଦେଇଛନ୍ତି ସେନେଇ ଅଭିଯୋଗକାରୀ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଏପରି କି ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ସେ ସମୟରେ ରଣପୁର ଥାନା ଆଇଆଇସି ଓ ନୟାଗଡ଼ ଏସ୍‌ପି ଉକ୍ତ ଘଟଣାକୁ ଅଣଦେଖା କରି ବନବିଭାଗକୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି କୋର୍ଟରେ ମାମଲା ହୋଇଥିଲା। ବଜ୍ରକୋଟ ଗାଁର ଲିଙ୍ଗରାଜ ସାମନ୍ତରାୟଙ୍କ ଅଭିଯୋଗ ଅନୁସାରେ ୨୦୨୦ ଏପ୍ରିଲରେ ଅସୁରକୁମାରୀ ସଂରକ୍ଷିତ ଜଙ୍ଗଲର ବଜ୍ରକୋଟ ଅଞ୍ଚଳରେ ୨ ବାଘ ଶିକାର ହୋଇଥିଲା। ଶିକାରୀମାନେ ବନ୍ୟଜୀବଜନ୍ତୁଙ୍କ ପାଇଁ କରିଥିବା ବିଦ୍ୟୁତ୍‌ ଫାଶରେ ମା ଓ ଛୁଆ କଲରାପତରିଆ ବାଘ ପଡିଥିଲେ। ଶିକାରୀମାନେ ବାଘର ହାଡ ଓ ଚମଡା ନେଇ ଯାଇ କିଛି ଅଂଶକୁ ପକାଇ ଚାଲି ଯାଇଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବନବିଭାଗର ନିଦ ଉଡି ଯାଇଥିଲା। ପରେ ବାଘ ଶିକାର ଘଟଣାର ତଦନ୍ତ ହୋଇଥିଲା। ରଣପୁର ବନବିଭାଗର କର୍ମଚାରୀ ଓ ଅଧିକାରୀ ବାଘ ଶିକାର ଘଟଣାର ଖୋଳତାଡ କରିଥିଲେ। ପରେ ବନବିଭାଗର କର୍ମଚାରୀ କିଛି ଚମଡା, ହାଡ ଜବତ କରିଥିଲେ। ତେବେ ବାଘ ଶିକାର କିଏ କଲା, କାହିଁକି କଲା ତାର ତଦନ୍ତ ନ ହୋଇ ଘଟଣାକୁ ଲୁଚାଇବା ପାଇଁ ପ୍ରଚେଷ୍ଟା ହୋଇଥିଲା। ଅସୁରକୁମାରୀ ଜଙ୍ଗଲରେ ବାଘ ନାହାନ୍ତି ରିପୋର୍ଟ ଦିଆଯାଇଥିଲା। ଏପରିକି କେହି ବାଘ ଚମଡ଼ା ଓ ହାଡ଼କୁ ଆଣି ଅସୁରକୁମାରୀରେ ଫୋପାଡି ଦେଇଥିବା କୁହାଯାଇଥିଲା। ବନବିଭାଗକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ରିପୋର୍ଟରେ ରହିଥିଲା।
ସେହିପରି ଦଶପଲ୍ଲା ରେଞ୍ଜର ପୋଇବାଡି, କାଲରା, ରଗଡିମଡା ସଂରକ୍ଷିତ ଜଙ୍ଗଲରେ ୩ଟି କଲରାପତରିଆ ବାଘ ଓ ୧୭ଟି ହାତୀ ବିଚରଣ କରୁଥିବା ଗତ ଅକ୍ଟେବରରେ ଭୟର ବାତାବରଣ ଦେଖା ଦେଇଥିଲା। ଏନେଇ ଜଙ୍ଗଲ ନିକଟବର୍ତ୍ତୀ କୁସୁମଗାଡିଆ, କୁସୁମକଣ, ଗିରି, ତୁକୁଡା, ବରସାହି, ପୁରୁଣାପୋଇବାଡି, ଖଳିସାହି ଆଦି ଗାଁ ଲୋକେ ବାଘ ରଡି ଶୁଣି ଜଙ୍ଗଲକୁ ଯାଉନଥିଲେ। ଏପରିକି ଜଙ୍ଗଲ ପାଖ ଗାଁରେ ଦିନବେଳା ତାଟି କବାଟ ପଡି ଯାଉଥିଲା। ଏନେଇ ସମାଜିକ କର୍ମୀ ଦିଲ୍ଲୀପ ସମନ୍ତରା କୁହନ୍ତି, ନୟାଗଡ ଓ ଖୋର୍ଦ୍ଧା ବନଖଣ୍ଡରେ କଲରାପତରିଆ ବାଘ ଅଛନ୍ତି। ବିଭିନ୍ନ ସମୟରେ ପୁଣି ଶିକାର ହେଉଛି। ହେଲେ ଯେଉଁମାନେ ସୁରକ୍ଷା ଦେବା ପାଇଁ କାମ କରୁଛନ୍ତି ଓ ବାଘ ଶିକାର ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ନାଁରେ ମକଦ୍ଦମା କରାଯାଉଛି। ଏଣୁ ବାଘ ବଂଶ ବୁଡି ଚାଲିଛି। ନୟାଗଡ ଡିଏଫ୍‌ଓ କ୍ଷମା ଷଡଙ୍ଗୀ କୁହନ୍ତି, ବାଘର ପାଦ ଚିହ୍ନ ମିଳୁଛି। ହେଲେ ବାଘ ଗଣନା ସମୟରେ ରିପୋର୍ଟରେ ରହୁନି। ପୁଣି ବାଘ ଗଣନା ହେଲେ ନୟାଗଡ ବନଖଣ୍ଡରେ ବାଘ ଅଛନ୍ତି କି ନାଁ ତାହା ଜଣାପଡିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri