ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଉଭୟ ବନଖଣ୍ଡର ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନବିଭାଗ ମୁହଁ ଖୋଲୁନି। ତେବେ ବିଭିନ୍ନ ସମୟରେ ବାଘ ଛାଲ, ନଖ ଜବତ କରାଯାଇ ବାହାବା ନିଆ ଯାଉଛି। ଶିକାର ହୋଇଥିବା ବାଘ ଅନ୍ୟ ବନଖଣ୍ଡର ଦର୍ଶାଯାଇ ଦୋଷ ଖସାଚାଲିଛି। ଅନ୍ୟପକ୍ଷେ ବାଘ ବଂଶ ବୃଦ୍ଧି ପାଇଁ ସଚେନତା ସୃଷ୍ଟି କରାଯାଉନି।
ପଞ୍ଚରିଡା ରେଞ୍ଜର ବନ କର୍ମଚାରୀମାନେ ଗତ ଅଗଷ୍ଟରେ ଗୋଡିପଲ୍ଲି ଗାଁର ସଞ୍ଜୟ ସ୍ବାଇଁ ନାମକ ଜଣେ କଲରାପତରିଆ ବାଘ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୪ ବର୍ଷ ତଳେ ୪ଜଣ ଶିକାରୀ ମିଳିତ ଭାବେ କରିଥିଲେ ବାଘ ଶିକାର। ତେବେ ଶିକାର ସମୟରେ ବାଘ ସହ ଏକ ଫଟୋ ଉଠାଇ ଜଣେ ଶିକାରୀ ଫସିଥିବାବେଳେ ୩ ଜଣ ଫେରାର ଅଛନ୍ତି। ଗତ ସେପ୍ଟେମ୍ବରରେ ରଣପୁର ରେଞ୍ଜ ରଣପୁର ମଣିନାଗସାହିରୁ ଖୋର୍ଦ୍ଧା ବନବିଭାଗ ଚଢ଼ାଉ କରି ବାଘ ଦାନ୍ତ ଜବତ କରିଛି। ବନ୍ୟ ଜୀବଜନ୍ତୁ ବ୍ୟବସାୟୀ ରଣପୁର ମଣିନାଗସାହିର ବିନୋଦ ବିହାରୀ ପ୍ରଧାନଙ୍କୁ ଗିରଫ କରିବା ପାଇଁ ବନକର୍ମଚାରୀ ଗ୍ରାହକ ସାଜି ଚଢ଼ାଉ କରିଥିଲେ। ଯେଉଁ ବ୍ୟକ୍ତି ବାଘ ଦାନ୍ତ ଲଗାଇଥିଲେ ସେ କିଣିଥିଲେ କି ବେପାର କରୁଥିଲେ ତାହା ତଦନ୍ତରୁ ସ୍ପଷ୍ଟ ହୋଇ ନ ଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପକ୍ଷେ ରଣପୁର ରେଞ୍ଜ ଅସୁରକୁମାରୀ ଜଙ୍ଗଲରେ ୨୦୨୦ ଏପ୍ରିଲରେ ଘଟିଥିବା ଦୁଇ ବାଘ ଶିକାର ଘଟଣା ଲୁଚିବା ବଦଳରେ ଗୁମର ଖୋଲିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରଣପୁର ଥାନା ପୋଲିସ ବାଧ୍ୟ ହୋଇ ୯ମାସ ପରେ ଖୋର୍ଦ୍ଧା ବନଖଣ୍ଡର ତତ୍କାଳୀନ ଏସିଏଫ୍‌ ରବୀନ୍ଦ୍ର ମହାପାତ୍ର, ତତ୍କାଳୀନ ରଣପୁର ଭାରପ୍ରାପ୍ତ ସହକାରୀ ରେଞ୍ଜର ଶରତ ଚନ୍ଦ୍ର ଶତପଥୀ, ଫରେଷ୍ଟ ଗାର୍ଡ ରୀତା ସାହୁ , ରଣପୁର ଫରେଷ୍ଟର କୈବଲ୍ୟ ବେହେରା, ମା’ଅସୁରକୁମାରୀ ବନ ସୁରକ୍ଷା ସମିତିର ସଭାପତି ସଦାଶିବ ଇନ୍ଦ୍ରଜିତ ଓ ସମ୍ପାଦକ ବିଜୟ କୁମାର ପରିଡା, ବଜ୍ରକୋଟ ଗାଁ ସଭାପତି ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ବାଘ ଶିକାର ଓ ଜାଲ ରିଜୋଲେଶନ କରି କିପରି ବାଘ ଶିକାରକୁ ଲୁଚାଇ ଦେଇଛନ୍ତି ସେନେଇ ଅଭିଯୋଗକାରୀ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଏପରି କି ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ସେ ସମୟରେ ରଣପୁର ଥାନା ଆଇଆଇସି ଓ ନୟାଗଡ଼ ଏସ୍‌ପି ଉକ୍ତ ଘଟଣାକୁ ଅଣଦେଖା କରି ବନବିଭାଗକୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି କୋର୍ଟରେ ମାମଲା ହୋଇଥିଲା। ବଜ୍ରକୋଟ ଗାଁର ଲିଙ୍ଗରାଜ ସାମନ୍ତରାୟଙ୍କ ଅଭିଯୋଗ ଅନୁସାରେ ୨୦୨୦ ଏପ୍ରିଲରେ ଅସୁରକୁମାରୀ ସଂରକ୍ଷିତ ଜଙ୍ଗଲର ବଜ୍ରକୋଟ ଅଞ୍ଚଳରେ ୨ ବାଘ ଶିକାର ହୋଇଥିଲା। ଶିକାରୀମାନେ ବନ୍ୟଜୀବଜନ୍ତୁଙ୍କ ପାଇଁ କରିଥିବା ବିଦ୍ୟୁତ୍‌ ଫାଶରେ ମା ଓ ଛୁଆ କଲରାପତରିଆ ବାଘ ପଡିଥିଲେ। ଶିକାରୀମାନେ ବାଘର ହାଡ ଓ ଚମଡା ନେଇ ଯାଇ କିଛି ଅଂଶକୁ ପକାଇ ଚାଲି ଯାଇଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବନବିଭାଗର ନିଦ ଉଡି ଯାଇଥିଲା। ପରେ ବାଘ ଶିକାର ଘଟଣାର ତଦନ୍ତ ହୋଇଥିଲା। ରଣପୁର ବନବିଭାଗର କର୍ମଚାରୀ ଓ ଅଧିକାରୀ ବାଘ ଶିକାର ଘଟଣାର ଖୋଳତାଡ କରିଥିଲେ। ପରେ ବନବିଭାଗର କର୍ମଚାରୀ କିଛି ଚମଡା, ହାଡ ଜବତ କରିଥିଲେ। ତେବେ ବାଘ ଶିକାର କିଏ କଲା, କାହିଁକି କଲା ତାର ତଦନ୍ତ ନ ହୋଇ ଘଟଣାକୁ ଲୁଚାଇବା ପାଇଁ ପ୍ରଚେଷ୍ଟା ହୋଇଥିଲା। ଅସୁରକୁମାରୀ ଜଙ୍ଗଲରେ ବାଘ ନାହାନ୍ତି ରିପୋର୍ଟ ଦିଆଯାଇଥିଲା। ଏପରିକି କେହି ବାଘ ଚମଡ଼ା ଓ ହାଡ଼କୁ ଆଣି ଅସୁରକୁମାରୀରେ ଫୋପାଡି ଦେଇଥିବା କୁହାଯାଇଥିଲା। ବନବିଭାଗକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ରିପୋର୍ଟରେ ରହିଥିଲା।
ସେହିପରି ଦଶପଲ୍ଲା ରେଞ୍ଜର ପୋଇବାଡି, କାଲରା, ରଗଡିମଡା ସଂରକ୍ଷିତ ଜଙ୍ଗଲରେ ୩ଟି କଲରାପତରିଆ ବାଘ ଓ ୧୭ଟି ହାତୀ ବିଚରଣ କରୁଥିବା ଗତ ଅକ୍ଟେବରରେ ଭୟର ବାତାବରଣ ଦେଖା ଦେଇଥିଲା। ଏନେଇ ଜଙ୍ଗଲ ନିକଟବର୍ତ୍ତୀ କୁସୁମଗାଡିଆ, କୁସୁମକଣ, ଗିରି, ତୁକୁଡା, ବରସାହି, ପୁରୁଣାପୋଇବାଡି, ଖଳିସାହି ଆଦି ଗାଁ ଲୋକେ ବାଘ ରଡି ଶୁଣି ଜଙ୍ଗଲକୁ ଯାଉନଥିଲେ। ଏପରିକି ଜଙ୍ଗଲ ପାଖ ଗାଁରେ ଦିନବେଳା ତାଟି କବାଟ ପଡି ଯାଉଥିଲା। ଏନେଇ ସମାଜିକ କର୍ମୀ ଦିଲ୍ଲୀପ ସମନ୍ତରା କୁହନ୍ତି, ନୟାଗଡ ଓ ଖୋର୍ଦ୍ଧା ବନଖଣ୍ଡରେ କଲରାପତରିଆ ବାଘ ଅଛନ୍ତି। ବିଭିନ୍ନ ସମୟରେ ପୁଣି ଶିକାର ହେଉଛି। ହେଲେ ଯେଉଁମାନେ ସୁରକ୍ଷା ଦେବା ପାଇଁ କାମ କରୁଛନ୍ତି ଓ ବାଘ ଶିକାର ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ନାଁରେ ମକଦ୍ଦମା କରାଯାଉଛି। ଏଣୁ ବାଘ ବଂଶ ବୁଡି ଚାଲିଛି। ନୟାଗଡ ଡିଏଫ୍‌ଓ କ୍ଷମା ଷଡଙ୍ଗୀ କୁହନ୍ତି, ବାଘର ପାଦ ଚିହ୍ନ ମିଳୁଛି। ହେଲେ ବାଘ ଗଣନା ସମୟରେ ରିପୋର୍ଟରେ ରହୁନି। ପୁଣି ବାଘ ଗଣନା ହେଲେ ନୟାଗଡ ବନଖଣ୍ଡରେ ବାଘ ଅଛନ୍ତି କି ନାଁ ତାହା ଜଣାପଡିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri