ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ ବନ୍ୟପ୍ରାଣୀ ଜଙ୍ଗଲ ଖାଦ୍ୟ ଅପେକ୍ଷା ଜଙ୍ଗଲ ବାହାର ଖାଦ୍ୟ ଅନେକ ସମୟରେ ପସନ୍ଦ କରୁଛନ୍ତି। ତେଣୁ ବିଭିନ୍ନ ସମୟରେ ଉକ୍ତ ଦୁଇ ପ୍ରାଣୀ ଜଙ୍ଗଲ ବାହାରକୁ ଆସି ଲୋକଙ୍କ କ୍ଷତି କରୁଛନ୍ତି। ବାଘ ଗୃହପାଳିତ ପ୍ରାଣୀ ଯଥା ଗାଈ, ଗୋରୁ, ଛେଳି ଆକ୍ରମଣ କରି ଖାଉଛି। କିଛି ଦିନ ପୂର୍ବେ ମୁଜାଗଡ଼ ରେଞ୍ଜ ସିଧାପଦର ଗ୍ରାମରେ ଗୋଟିଏ କଲରାପତରିଆ ବାଘ ଲୋକଙ୍କ ଗାଈ ଓ ଛେଳି ମାରି ଖାଇଥିଲା। ସେହିଭଳି ହାତୀପଲ ମଧ୍ୟ ଏହି ବନଖଣ୍ଡରେ ଲୋକଙ୍କ ବ୍ୟାପକ ଫସଲ କ୍ଷତି କରୁଛି। ଘରଦ୍ୱାର ଭାଙ୍ଗୁଛି। ଏଥିସହ ଦନ୍ତା ହାତୀ ଗୃହପାଳିତ ପ୍ରାଣୀଙ୍କୁ ରାଗରେ ଆକ୍ରମଣ କରି ମାରିଦେଉଛି। ଶନିବାର ରାତିରେ ହାତୀପଲ ତୁରୁମୁରେ ଧାନ ଗଦା ନଷ୍ଟ କରିଛନ୍ତି। କୋଟିପଡ଼ା, ଗୁଜରାଲି, ବୋରିବନ୍ଧ, ବେରୁଆବାଡ଼ି, ସାମରଡ଼ା, ମୁଜାଗଡ଼, ଖଣ୍ଡିକୋଟି, ଗୁଣ୍ଡିରିବାଡ଼ି ପ୍ରମୁଖ ଗ୍ରାମରେ ଗତକାଲି ହାତୀପଲ ବ୍ୟାପକ ଫସଲ କ୍ଷତି କରୁଛନ୍ତି। କଦଳୀ ବଗିଚା, ଆଖୁ ବଗିଚା ମଧ୍ୟ ନଷ୍ଟ କରିଛନ୍ତି। ଏଥିସହ ଖଣ୍ଡିକୋଟି ଗ୍ରାମର ଗୋଟିଏ ଗାଈକୁ ଦନ୍ତା ହାତୀ ଆକ୍ରମଣ କରିଛି। ଚିକିତ୍ସାଧୀନ ଅବସ୍ଥାରେ ଗାଈଟି ମୃତ୍ୟୁବରଣ କରିଛି। ଗାଲେରୀ ରେଞ୍ଜ କରଡ଼ାବଣୀ ସ୍ଥାୟୀ ନର୍ସରୀ ପାଚେରି ଭାଙ୍ଗି ଗତକାଲି ରାତିରେ ୨୩ ପଟ ହାତୀପଲ ପଶି ବ୍ୟାପକ ଚାରା ନଷ୍ଟ କରିଛନ୍ତି। ଏଥିସହ ସେଠାରେ ଶ୍ରମିକମାନେ ରହିବା ପାଇଁ ଥିବା ଘରଟିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବାଉଁଶ ଗଛଗୁଡ଼ିକୁ ମଧ୍ୟ ଭାଙ୍ଗି କନ୍ଦା ଖାଇଛନ୍ତି।

ଖବର ପାଇ ବନପାଳ ଶୁଭସ୍ମିତା ପାତ୍ର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଏହି ବନଖଣ୍ଡରେ ରବିବାର ସକାଳ ସୁଦ୍ଧା ୭୦ ଟି ହାତୀ ମୁଜାଗଡ଼, ଗାଲେରି ଓ ତାରସିଂ ରେଞ୍ଜରେ ଥିବା ଜଣାପଡ଼ିଛି । ବନ୍ୟପ୍ରାଣୀ ଆକ୍ରମଣରୁ ଲୋକଙ୍କ ଯେଭଳି କିଛି କ୍ଷତି ନ ହେବ ସେଥିପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା ସଫଳ ହେଉନାହିଁ। ଯାହାକି ଚିନ୍ତାଜନକ ବିଷୟ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆଉ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri