ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଅସୁସ୍ଥ ହୋଇପଡିଛି। ୪ ଦିନ ହେଲା ରକିର ତରଳ ଝାଡା ହେବା ସହ ଦେହରେ ତାତି ରହୁଛି ।
ଓୟୁଏଟି ବିଶେଷଜ୍ଞ ଡା. ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଡା. ରମଣୀରଞ୍ଜନ ବିଶ୍ବାଳ ଓ ଡା. ଶରତ କୁମାର ସାହୁଙ୍କ ଦ୍ବାରା ତାର ଚିକିତ୍ସା କରାଯାଉଛି। ରକିର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ରକି ଦେହରେ କାନାଇନ ପ୍ରାଭୋ ନାମକ ଭାଇରସ ସଂକ୍ରମଣ ହୋଇଛି । ବୁଧବାରଠାରୁ ରକିକୁ ସାଲାଇନ ସହିତ ଆଣ୍ଟିବାୟୋଟିକ ଦିଆଯାଉଛି ।