ଆଜିଠୁ ବାଘ ଗଣନା: ଘୁମୁସର ବନଖଣ୍ଡରେ ୧୫୫ ଟିମ୍‌ ସାମିଲ

ଭଞ୍ଜନଗର,୧୫।୧୦(ବାବୁଲା ପ୍ରଧାନ)କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ରାଜ୍ୟରେ ୨୦ ମହାବଳ ବାଘ ଥିବାବେଳେ ୭୬୦ କଲରାପତରିଆ ବାଘ ବିଭିନ୍ନ ଜଙ୍ଗଲରେ ଅଛନ୍ତି। ୨୦୦୬ରେ ୪୫ଟି ମହାବଳ ବାଘ ଥିବାବେଳେ ତାହା ୨୦କୁ ଖସି ଆସିଥିବା ନେଇ ପରିବେଶବିତ୍‌ମାନେ ଚିନ୍ତିତ ଅଛନ୍ତି। କିନ୍ତୁ ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ତେଣୁ ରାଜ୍ୟ ସରକାର ନିଜଆଡୁ ରବିବାରଠାରୁ ରାଜ୍ୟର ୪୨ ଡିଭିଜନରେ ବାଘ ଗଣନା ଆରମ୍ଭ କରୁଛନ୍ତି। ଆଉ କେତୋଟି ଡିଭିଜନରେ ବାଘ ନାହିଁ। ତେଣୁ ତାହାକୁ ଗଣତିରୁ ବାଦ୍‌ ଦିଆଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ରବିବାରଠାରୁ ବାଘ ଗଣନା ହେବ। ଏଥିପାଇଁ ଶନିବାର ପ୍ରସ୍ତୁତି ସରିଛି। ଏହି ଦୁଇ ବନଖଣ୍ଡରେ ୧୫୫ଟି ଟିମ୍‌ ବାଘ ଗଣନାରେ ନିୟୋଜିତ ହେବେ। ପ୍ରତ୍ୟେକ ଟିମ୍‌ରେ ଦୁଇ କର୍ମଚାରୀ ଅଛନ୍ତି। ଅକ୍ଟୋବର ୧୫ରୁ ୩୧ ତାରିଖ ଯାଏ ବାଘ ଗଣନା ହେବ। ଏହି ସମୟରେ ବାଘର ପାଦଚିହ୍ନ, ମଳ, ନିଶ ଇତ୍ୟାଦି ପ୍ରତ୍ୟକ୍ଷ ଭାବେ କର୍ମଚାରୀମାନେ ଚିହ୍ନଟ କରିବେ। ଯେଉଁଠି ପାଦଚିହ୍ନ ମିଳିବ ସେଠି ପ୍ଲାଷ୍ଟର ପ୍ୟାରିସ୍‌ ମାଧ୍ୟମରେ ଚିହ୍ନକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଯେଉଁ ଅଞ୍ଚଳରେ ବାଘ ଥିବାର ପ୍ରମାଣ ମିଳିବ ସେଠାରେ ନଭେମ୍ବର ୧ରୁ ଜାନୁୟାରୀ ୧୫ ତାରିଖ ଯାଏ ଟ୍ରାପ୍‌ କ୍ୟାମେରା ଲଗାଯିବ। କିନ୍ତୁ ଦୁଇ ବନଖଣ୍ଡର ଏକାଧିକ ଟ୍ରାପ୍‌ କ୍ୟାମେରା ଭଗ୍ନ ଅବସ୍ଥାରେ ଅଛି । ତାହାକୁ ନଭେମ୍ବର ୧ ପୂର୍ବରୁ ସଜଡ଼ା ଯିବ। ନଚେତ ନୂତନ କିଣିବା ପାଇଁ ପଦକ୍ଷେପ ନିଆଯିବ। ୧୬ରୁ ୩୧ ଜାନୁୟାରୀ ମଧ୍ୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ବିଭିନ୍ନ ବିଶେଷଜ୍ଞଙ୍କ ମାଧ୍ୟମରେ ଯାଞ୍ଚ କରାଯିବ। ଏହାପରେ ବାଘସଂଖ୍ୟା ଘୋଷଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନେ ଦୈନିକ ୬ରୁ ୧୦ କିମି ଜଙ୍ଗଲରେ ସକାଳ ୬ଟାରୁ ୧୦ଟା ଯାଏ ବୁଲି ବାଘର ଚଲାପଥକୁ ଚିହ୍ନଟ କରିବେ। ଚଲାପଥ ଅଞ୍ଚଳରେ ପଗ୍‌ମାର୍କ ଇମ୍ପ୍ରେଶନ ପ୍ୟାଡ୍ସ୍‌ (ପିଆଇପି) କରାଯିବ। ଉକ୍ତ ପିଆଇପି ରାସ୍ତା ଦେଇ ବାଘ ଗଲେ ତାହାର ପାଦଚିହ୍ନ ରହିବ। ଏହି ସମୟରେ ସେମାନେ ଅନ୍ୟ ମାଂସାଶୀ ପ୍ରାଣୀ ଯଥା ହେଟାବାଘ, ବିଲୁଆ, ଭାଲୁ, ଗଧିଆଙ୍କ ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ। ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କୁ ପଚାରିବାରୁ ବାଘ ଗଣନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡିଭିଜନରେ ୭୫ଟି ଟିମ୍‌ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି, କର୍ମଚାରୀମାନେ ନିଜ ଦାୟିତ୍ୱ କିଭଳି ସୁଚାରୁରୂପେ ତୁଲାଇବେ ସେଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri