Posted inଖେଳ

ରାଉରକେଲାରେ ଟିକେଟ୍‌ ଶେଷ

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍‌କୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସମଗ୍ର ବିଶ୍ୱର ନଜର ଏହି ଟୁର୍ନାମେଣ୍ଟ ଉପରେ ରହିଛି। ବିଶ୍ୱର ୧୬ଟି ଶକ୍ତିଶାଳୀ ଦଳ ଟାଇଟଲ ହାସଲ ପାଇଁ ମୁକାବିଲା କରିବେ। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମଥର ପାଇଁ ହକିଖେଳ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧୯ରୁ ଆରମ୍ଭ ହୋଇଛି ଟିକେଟ ବିକ୍ରି।

ପ୍ରଥମଥର ପାଇଁ ଏକ ଅନ୍ତର୍ଜାତୀୟ ଇଭେଣ୍ଟ ଦେଖିବାକୁ ପ୍ରସ୍ତୁତ ଥିବା ରାଉରକେଲାରେ ସମାପ୍ତ ହୋଇଛି ଟିକେଟ ବିକ୍ରି। ଟିକେଟ କାଉଣ୍ଟର ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସପ୍ତାହ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ସରିଛି। ହକିର ନୂତନ ଠିକଣା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ବିଶ୍ୱକପ୍‌ର ୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୪ଟି ମ୍ୟାଚ୍‌। ଦେଶର ସର୍ବବୃହତ୍‌ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଦର୍ଶକ କ୍ଷମତା ୨୦ ହଜାର ଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ବସିପାରିବେ ୧୫,୦୦୦ ଦର୍ଶକ। କ୍ରସ୍‌ ଓଭର ସମେତ ସମସ୍ତ ନକ୍‌ଆଉଟ୍‌ ମ୍ୟାଚ୍‌ ଓ ଫାଇନାଲ ଭୁବନେଶ୍ୱରରେ ଖେଳାଯିବ। ଭାରତ ପୁଲ୍‌ ଡି’ରେ ସ୍ପେନ୍‌, ଇଂଲଣ୍ଡ ଓ ଓ୍ବେଲ୍ସ ସହ ସ୍ଥାନ ପାଇଛି। ୧୩ ତାରିଖରେ ଭାରତ ସ୍ପେନ୍‌ ବିପକ୍ଷରେ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ। ଏହାର ଦୁଇ ଦିନ ପରେ ଦଳ ଇଂଲଣ୍ଡକୁ ଭେଟିବ।

ପ୍ରଥମ ଦୁଇ ମ୍ୟାଚ୍‌ ରାଉରକେଲାରେ ଖେଳିବା ପରେ ୧୯ ତାରିଖରେ ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଦଳ ଭୁବନେଶ୍ୱରରେ ଖେଳିବ। ଭାରତର ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଖେଳାଯିବ। ଏଥିରେ ଭାରତ ସମେତ ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା, ଜର୍ମାନୀ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, କୋରିଆ, ମାଲେସିଆ, ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଜାପାନ, ଚିଲି ଓ ଓ୍ବେଲ୍ସ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ମ୍ୟାଚ୍‌ଗୁଡିକ ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବା ବେଳେ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୪୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଟଙ୍କା ରହିଛି। ଭାରତ ଖେଳୁ ନ ଥିବା ମ୍ୟାଚ୍‌ଗୁଡିକ ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବା ବେଳେ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ୱାଲିଫାୟରରୁ ଫାଇନାଲ ପର୍ଯ୍ୟନ୍ତ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବା ବେଳେ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୪୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଟଙ୍କା ରହିଛି। ସେହିପରି ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ପୋଜିଶନିଂ ମ୍ୟାଚ୍‌(୯-୧୬ ସ୍ଥାନ) ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବା ବେଳେ ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୧୦୦ ଟଙ୍କା ରହିଛି। ଗୋଟିଏ ଟିକେଟରେ ସେହି ଦିନର ସମସ୍ତ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri