‘ମୋ ବସ୍‌’ରେ ଚଢିବା ଆଗରୁ ଟିକେଟ୍‌

ଭୁବନେଶ୍ୱର, ୧୦।୬ (ବ୍ୟୁରୋ): ଏବେଠାରୁ ମୋ ବସ୍‌ରେ ଚଢିବା ପୂର୍ବରୁ ଟିକେଟ କରିବାକୁ ପଡିବ। ମୋ ବସ୍‌ର ଗାଇଡ୍‌ମାନଙ୍କ ଠାରୁ ଟିକେଟ୍‌ ଧରିବା ପରେ ଯାତ୍ରୀମାନେ ବସ୍‌କୁ ଯିବେ। ଏଭଳି ନୂତନ ନିୟମ ଆଣିଛି କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)। ଏନେଇ ଶୁକ୍ରବାର ଟୁଇଟ୍‌ କରି ଅବଗତ କରାଇବା ସହ ଟିକେଟ୍‌ ବ୍ୟବସ୍ଥାରେ ଉପଯୁକ୍ତ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି। ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଖୁଚୁରା ଦେଇ କର୍ମଚାରୀଙ୍କୁ ଶତପ୍ରତିଶତ ଟିକେଟ ସୁନିଶ୍ଚିତ କରିବାରେ ସହଯୋଗ କରିବା ପାଇଁ ଅପିଲ୍‌ କରାଯାଇଛି। ସେହିପରି ବିନା ଟିକେଟରେ ଯାତ୍ରା ନ କରିବା ପାଇଁ କୁହାଯାଇଛି। ତେବେ କ୍ରୁଟ୍‌ର ଏଭଳି ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧିକାଂଶ ବ୍ୟକ୍ତି ଟୁଇଟ୍‌ କରି କ୍ରୁଟ୍‌କୁ ସମାଲୋଚନା କରିଛନ୍ତି। ବର୍ଷା ହେଲେ ଯାତ୍ରୀମାନେ କିପରି ବାହାରେ ଭିଜି ଟିକେଟ୍‌ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏବେ ପ୍ରବଳ ଖରା ହେଉଥିବାରୁ ଟିକେଟ ପାଇଁ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡିବ। ଟିକେଟ କାଟିବା ଦ୍ୱାରା ବହୁତ ସମୟ ଲାଗିବ। ଏବଂ ଗନ୍ତବ୍ୟ ସ୍ଥଳରେ ଠିକ୍‌ ସମୟରେ ପହଞ୍ଚତ୍ ହେବନାହିଁ। ତେଣୁ ଏଭଳି ନିୟମକୁ କାର୍ଯ୍ୟକାରୀ ନ କରି ବିକଳ୍ପ ରାସ୍ତା ବାହାର କରିବାକୁ ଦାବି କରାଯାଇଛି। ସେହିପରି ଶତପ୍ରତିଶତ ଟିକେଟ ପାଇବା ପାଇଁ ସମସ୍ତ ବସ୍‌ଷ୍ଟପ୍‌ରେ ଗାଇଡ୍‌ ନିଯୁକ୍ତି କରାଯିବା ଦରକାର। ଯାହାଦ୍ୱାରା ବସ୍‌ ଆସିବା ପୂର୍ବରୁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍‌ କରି ପାରିବେ ବୋଲି କେତେଜଣ ବ୍ୟକ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri