ତିବ୍ବତୀୟ ରାମାୟଣ

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାମାୟଣର କିଛି ଅଂଶ ଥିବା ୬ଟି ଅସମ୍ପୂର୍ଣ୍ଣ ପାଣ୍ଡୁଲିପି ଚାଇନାର ଝିନ୍‌ଜିଆଙ୍ଗ ଅଞ୍ଚଳରୁ ମିଳିଥିଲା। ଏଗୁଡ଼ିକୁ ଡୁନ୍‌ହୁୁଆଙ୍ଗର ମୋଗାଓ ଗୁମ୍ଫାରୁ ଠାବ କରାଯାଇଥିଲା। ମୋଗାଓ ଗୁମ୍ଫା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ। ଏହା ଝିନ୍‌ଜିଆଙ୍ଗ ସ୍ଥିତ ସିଲ୍କ ରୋଡର ପୂର୍ବସୀମାର ଶେଷରେ ଅବସ୍ଥିତ। ଏହ ସବୁ ପାଣ୍ଡୁଲିପିକୁ ପୁରାତନ ତିବ୍ବତୀୟ ଭାଷାରେ ପାଖାପାଖି ୮ମ ଶତାବ୍ଦୀରେ ଲେଖାଯାଇଛି। ଉକ୍ତ ରାମାୟଣରେ ବୌଦ୍ଧଧର୍ମ ରାମାୟଣ ସମ୍ପର୍କରେ କିଛି ସୂଚିତ କରାଯାଇଛି। କିନ୍ତୁ ଅନେକ ବିଷୟରେ ଏହା ବାଲ୍ମୀକି ରାମାୟଣ ସହିତ ଏହାର ପ୍ରଭେଦ ରହିଛି। ଏଥିରେ ପୁରାତନ ରୟାଲ ରାମାୟଣର କଳା ଓ ଶୈଳୀର ବିଶେଷତ୍ୱ ନିହିତ ଅଛି, ଯାହା ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆର ରାଜାମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା। କିନ୍ତୁ ଭାରତର ଭକ୍ତି ରାମାୟଣ ସହ ଏହାର ସାମଞ୍ଜସ୍ୟ ନାହିଁ . ଅର୍ଥାତ୍‌ ଏହା ସମ୍ପୂର୍ଣ୍ଣ ବିପରୀତ। ଏଥିରେ ଦଶରଥ ଅର୍‌ହତ( ବୌଦ୍ଧ ସନ୍ନ୍ୟାସୀ)ଙ୍କୁ ପୂଜା କରୁଥିବା ଏବଂ ତାଙ୍କୁ ଈଶ୍ୱର ଏକ ଫୁଲ ଦେଇଥିବା କଥା ଦର୍ଶାଯାଇଛି। ଏହି ଫୁଲକୁ ବଡ଼ ରାଣୀ ଖାଇ ସାନ ରାଣୀଙ୍କୁ ବି ଖାଇବାକୁ ଦେଇଥିଲେ। ସାନ ରାଣୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଯାହାଙ୍କ ନାମ ରାମ। ବଡ଼ ରାଣୀ ଲକ୍ଷ୍ମଣଙ୍କୁ ଜନ୍ମ ଦେବା ପୂର୍ବରୁ ରାମଙ୍କର ଜନ୍ମ ହୋଇଥିଲା। କିଏ ରାଜା ହେବେ ତାହା ନିଷ୍ପତ୍ତି ନେବାରେ ରାଜା ଅକ୍ଷମ ହେବା ସହ ପ୍ରାଣ ତ୍ୟାଗ କଲେ। ସାନ ରାଣୀଙ୍କ ପୁଅ ରାମଙ୍କୁ ରାଜା ହେବା ଲାଗି ଚୟନ କରାଗଲା , କିନ୍ତୁ ସେ ଲକ୍ଷ୍ମଣଙ୍କ ପାଇଁ ରାଜପଦ ତ୍ୟାଗ କଲେ। ଲକ୍ଷ୍ମଣ ଏହା ବଦଳରେ ରାଜ ସିଂହାସନ ଉପରେ ରାମଙ୍କ ପାଦୁକା ସ୍ଥାପନ କରିଥିଲେ। କେବଳ ଏତିକି ନୁହେଁ , ସେ ରାମଙ୍କ ମନ୍ତ୍ରୀ ଭାବେ ରହିବାକୁ ପସନ୍ଦ କରିଛନ୍ତି। ଆମେ ତିବ୍ବତୀୟ ରାମାୟଣରେ ଭରତ ଓ ଶତ୍ରୁଘ୍ନଙ୍କ ବିଷୟରେ କିଛି ଶୁଣିବାକୁ ପାଇନାହଁୁ। ବନବାସର ନିର୍ବାସନ ଜୀବନ ସମ୍ପର୍କରେ ମଧ୍ୟ କୌଣସି କଥା ଏଥିରେ ଉଲ୍ଲେଖ ନାହିଁ।
ଏହି ରାମାୟଣରେ ଏକ ଅଜବ କଥା ବର୍ଣ୍ଣନା କରାଯାଇଛି। ସୀତାଙ୍କୁ ରାବଣଙ୍କ କନ୍ୟା ବୋଲି କୁହାଯାଇଛି (ଜୈନ ରାମାୟଣରେ ବି ଏହି ସମାନ କଥା ବର୍ଣ୍ଣନା ରହିଛି)। ଦିବ୍ୟବାଣୀ ଅନୁଯାୟୀ ରାବଣ ତାଙ୍କ ଶିଶୁ କନ୍ୟାଙ୍କୁ ଏକ ତମ୍ବା ବାକ୍ସରେ ରଖି ସମୁଦ୍ରକୁ ପକାଇ ଦେଇଛନ୍ତି। ପରେ ବାକ୍ସଟି ଭାସି ଭାସି ଯାଇ ଜଣେ କୃଷକ ଖୋଳିଥିବା ପାଣି ନାଳରେ ପହଞ୍ଚିଛି। କୃଷକ ଜଣକ ତାକୁ ପାଇଛନ୍ତି ଓ ସୀତାଙ୍କୁ କୋଳେଇ ନେଇଛନ୍ତି। ସମୟକ୍ରମେ ରାମଙ୍କ ସହ ତାଙ୍କର ବିବାହ ହୋଇଛି। ପରେ ରାମ ଓ ସୀତାଙ୍କ ବିଚ୍ଛେଦ ଘଟିଛି। ଏହା ରାବଣଙ୍କ ଭଉଣୀ ଫୁର୍‌ପଲାଙ୍କ ଯୋଗୁ ଘଟିଥିବା କୁହାଯାଇଛି, ଯାହାଙ୍କୁ ରାମ ନାପସନ୍ଦ କରିଥିବାରୁ ସେ ଅସନ୍ତୋଷ ଥିଲେ ବୋଲି ସୂଚିତ କରାଯାଇଛି। ଏହାସହ ଏଭଳି ବିଚ୍ଛେଦ ପଛରେ ଆଉ ଏକ କାରଣ ମଧ୍ୟ ଉଲ୍ଲେଖ କରାଯାଇଛି। ରାବଣ ପଠାଇଥିବା ରାକ୍ଷସ ହରିଣକୁ ଶିକାର କରିବାକୁ ରାମ ବାହାରକୁ ଯାଇଥିବାବେଳେ ଲକ୍ଷ୍ମଣ ତାଙ୍କ ସହ ଯାଇ ନ ଥିବାରୁ ସୀତା ଭୁଲ୍‌ ବଶତଃ ଲକ୍ଷ୍ମଣଙ୍କ ଏଭଳି ନୀଚ ବିଚାରକୁ ନେଇ ତାଙ୍କୁ ଦୋଷାରୋପ କରିଛନ୍ତି। ଫଳରେ ରାମଙ୍କୁ ରକ୍ଷା କରିବା ଲାଗି ଲକ୍ଷ୍ମଣ ଯାଇଛନ୍ତି। ଏହି ସମୟରେ ସୀତାଙ୍କୁ ଅପହରଣ କରିବା ପାଇଁ ରାବଣ ବିଭିନ୍ନ ରୂପରେ ଆସିଛନ୍ତି। ପ୍ରଥମେ ସେ ଏକ ସୁନ୍ଦରୀ ହାତୀ ରୂପରେ ଆସି ତାଙ୍କ ଉପରେ ବସିବାକୁ ଲୋଭ ଦେଖାଇଛନ୍ତି। ପରେ ପୁଣି ଏକ ଘୋଡ଼ା ହୋଇ ଆସିଛନ୍ତି ଓ ତାଙ୍କ ଉପରେ ବସିବାକୁ କହିଛନ୍ତି। ହେଲେ ସୀତା ଉଭୟଙ୍କ ଉପରେ ବସିବାକୁ ମନା କରିଛନ୍ତି। ଫଳରେ ସୀତା ଯେଉଁଠି ଠିଆ ହୋଇଥିଲେ ସେହି ମାଟି ସହ ତାଙ୍କୁୁ ଉଠାଇ ନେଇଯାଇଛନ୍ତି। ସୀତାଙ୍କ ବିନା ସମ୍ମତିରେ ତାଙ୍କୁ ଛୁଇଁଲେ ସେ ଅଗ୍ନି ପିଣ୍ଡୁଳା ହୋଇଯିବାର ଭୟ ଥିବାରୁ ସେ ଏହି ଉପାୟରେ ତାଙ୍କୁ ଅପହରଣ କରିଛନ୍ତି। ଏହି ପ୍ରକାର ଅପହରଣ ବିଷୟ ବି ତାମିଲ ରାମାୟଣରେ ଅଛି।
ଅପହରଣ ପରେ ସୀତାଙ୍କୁ ରାମ ଖୋଜୁଥିବାବେଳେ ହଠାତ ତାଙ୍କ ସାମ୍ନାରେ ପଡ଼ିଛି ଏକ କଳା ନଦୀ। ଏହି ନଦୀରେ ସୁଗ୍ରୀବଙ୍କ ଅଖି, କାନ ଓ ନାକରୁ ଝରୁଥିବା ଲହୁ ବହିଯାଉଛି। ସୁଗ୍ରୀବଙ୍କ ବଡ଼ ଭାଇ ବାଳି ତାଙ୍କୁ ଆଘାତ ଦେବା ପରେ ଏଭଳି ରକ୍ତ ବହିଛି ବୋଲି କୁହାଯାଇଛି। ସୁଗ୍ରୀବ ତାଙ୍କ ଲଞ୍ଜରେ ଏକ ଆଇନା ବାନ୍ଧିଛନ୍ତି ଓ ବାଳିକୁ ସଶସ୍ତ୍ର ଯୁଦ୍ଧ ପାଇଁ ଆହ୍ବାନ କରିଛନ୍ତି । ରାମଙ୍କ ଦ୍ୱାରା ତାଙ୍କ ବଡ଼ ଭାଇଙ୍କ ବଧ କରାଇଛନ୍ତି ଓ ଏହା ବଦଳରେ ସୁଗ୍ରୀବ ସୀତାଙ୍କୁ ଖୋଜି ଆଣିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ସୀତାଙ୍କୁ ଖୋଜିବା ସମୟରେ ହନୁମାନଙ୍କର ସ୍ବୟଂପ୍ରହାଙ୍କ ସହ ଗୋଟିଏ ଗୁମ୍ଫାରେ ସାମ୍ନାସାମ୍ନି ହୋଇଛନ୍ତି ଏବଂ ଡେଣାବିହୀନ ସମ୍ପାତି ସମୁଦ୍ର କୂଳରେ ଭେଟ ହୋଇଛନ୍ତି (ଏହି ବିଷୟ ବାଲ୍ମୀକି ରାମାୟଣରେ ବି ଅଛି)।
ଚିଠି ଲେଖା ବିଷୟ ତିବ୍ବତୀୟ ରାମାୟଣର ଏକ ନିଆରା କଥା। ଲଙ୍କା ଆକ୍ରମଣରେ ସୁଗ୍ରୀବ ବିଳମ୍ବ କରିବାରୁ ରାମ ତାଙ୍କୁ ଚିଠି ଲେଖିଥିଲେ। ଅପହରଣ ପରେ ସୀତା ଏକୁଟିଆ ଥିବା ସମୟରେ ରାମ ସୀତାଙ୍କ ପାଖକୁ ଶୀଘ୍ର ଫେରୁଛନ୍ତି ବୋଲି ଚିଠିରେ ଲେଖିଛନ୍ତି। ସୀତା ମଧ୍ୟ ଏକ ଚିଠି ଲେଖି ତାହାର ଉତ୍ତର ଦେଇଛନ୍ତି। ସୁଗ୍ରୀବଙ୍କ ମୃତ୍ୟୁ ପରେ ତାଙ୍କ ସାମ୍ରାଜ୍ୟର ଭାର ହନୁମାନ ସମ୍ଭାଳିଛନ୍ତି ଓ ରାମଙ୍କ ସହିତ ସେ କିଛି ସମ୍ପର୍କ ରଖି ନ ଥିବାରୁ ରାମ ତାଙ୍କୁ ଚିଠି ଲେଖି ଧିକାର କରିଛନ୍ତି।
ଯୁଦ୍ଧ ସମୟରେ ରାବଣ ଅଦୃଶ୍ୟ ହୋଇଯାଇଛି। କିନ୍ତୁ କ୍ଷେତ୍ରିୟ ଧର୍ମକୁ ବିଚାରକୁ ନେଇ ଅନ୍ତତଃ ପକ୍ଷେ ତାଙ୍କ ଶରୀରର ଏକ ଅଂଶ ଦେଖାଇବା ଲାଗି ରାମ ଆହ୍ବାନ ଦେଇଛନ୍ତି। ପରେ ରାବଣ ତାଙ୍କ ଦକ୍ଷିଣ ପାଦ ଦେଖାଇଛନ୍ତି। ଡହାଣ ପାଦକୁ ଦେଖିବା ପରେ ରାବଣର ଦଶ ମୁଣ୍ଡ କେଉଁ ସ୍ଥାନରେ ରହିଛି ତାହା ଆକଳନ କରି ତାଙ୍କୁ ମାରିବା ଲାଗି ଦକ୍ଷିଣ ମୁଣ୍ଡକୁ ତୀର ଚଳାଇବାକୁ ସକ୍ଷମ ହୋଇଛନ୍ତି ରାମ । ରାବଣର ଦଶ ମୁଣ୍ଡ ମଧ୍ୟରେ ପ୍ରଥମଟି ହେଉଛି ଏକ ଘୋଡା କିମ୍ବା ଗଧର, ଯେଉଁଠି ଜୀବନ ରହିଛି। ଏହା ପହାରି କ୍ଷୁଦ୍ର ଛିତ୍ରରେ ବି ଦର୍ଶାଯାଇଛି। ତିବ୍ବତ ରାମାୟଣରେ ରାମ ସୀତାଙ୍କ ସତୀତ୍ୱ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଓ ତାଙ୍କୁ ରାଜ ପ୍ରାସାଦରୁ ବାହାର କରିଦେଇଛନ୍ତି। ସୀତାଙ୍କ ନିର୍ଦ୍ଦୋଷ ସପକ୍ଷରେ ହନୁମାନ ସଫଳତାର ସହ ଯୁକ୍ତି ବାଢିଛନ୍ତି। ଶେଷରେ ପୁଣି ରାମ ଓ ସୀତା ଏକାଠି ହୋଇ ଆନନ୍ଦରେ ରହିଛନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri