Posted inରାଜ୍ୟ

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି ସେହି ଅଞ୍ଚଳରେ ରହିଛି । ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ପଶ୍ଚିମ ଦିଗକୁ ଢଳି ରହିଛି । ଏହା ମଙ୍ଗଳବାର ବେଳକୁ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଆଉ ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ପୂରା ରାଜ୍ୟରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବାକୁ ଥିବାବେଳେ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ଏହି ଜିଲାଗୁଡିରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିବ। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିବ ବୋଲି ସୂଚନା ଦିଆଯାଇଛି। ବୁଧବାର ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଏହିଦିନ ପାଇଁ ବରଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳ ଅନ୍ୟ ଜିଲାଗୁଡିକରେ ଘଡ଼ଘଡ଼ି ସାଙ୍ଗକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଗୁରୁବାର ବର୍ଷାର ପରିମାଣ କମିବା ସହିତ କୌଣସି ଚେତାବନୀ ଜାରି କରାଯାଇନାହିଁ।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ଅର୍ଥାତ୍‌ ସୋମବାର ସକାଳ ସୁଦ୍ଧା ରାଜ୍ୟର ୩ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୧୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲା ଟେନ୍‌ସାରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ହୋଇଛି। ଦେବଗଡ଼ ଜିଲା ବାରକୋଟରେ ୧୨୭.୨ ମି.ମି., କେନ୍ଦୁଝର ଜିଲା ହାଟଡିହିରେ ୧୧୮.୫ ମିମି., ଅନୁଗୋଳ ଜିଲା କଣିହାଁରେ ୧୦୬ ମି.ମି., କେନ୍ଦୁଝର ଜିଲା ତେଲକୋଇରେ ୯୬ ମି.ମି., ଅନୁଗୋଳ ଜିଲା ପାଲଲହଡ଼ାରେ ୯୫.୩ ମି.ମି., ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟାରେ ୯୧.୩ ମି.ମି., ଚନ୍ଦନପୁରରେ ୮୫.୨ ମି.ମି., ଜାମଶୋଲାଘାଟରେ ୮୩ ମି.ମି., ସୁନ୍ଦରଗଡ଼ ଜିଲା ବଣାଇଗଡ଼ରେ ୮୨ ମି.ମି. ଏବଂ ପୁରୀ ଜିଲା ସତ୍ୟବାଦୀରେ ୮୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?