ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ର ନୌକା ଓ ତୀର ଚାଳନା ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର କୂଳରେ ଉତ୍ସବର ମାହୋଲ ଥିବା ବେଳେ ପ୍ରଶାସନିକ ଦାୟିତ୍ୱହୀନତାକୁ ନେଇ ମଞ୍ଚ ଉପରେ ହିଁ ତୀବ୍ର ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, କ୍ଷୁବ୍ଧ ହୋଇ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଅନେକ ଜନପ୍ରତିନିଧି ସଭା ଅଧାରୁ ମଞ୍ଚ ତ୍ୟାଗ କରିଥିଲେ।
ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, CDO ଦୟାମୟ ପାଢ଼ୀ, ଜିଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ, DIPRO ହଳଧର ନିଆଳ, ବ୍ଲକ ଅଧ୍ୟକ୍ଷା ଦୟାନିଧି ମାଝୀ, ସାଂସଦ ପ୍ରତିନିଧି ପବିତ୍ର ନାଏକ, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଏଏଫଓ ପ୍ରୀତି ପ୍ରକାଶ ମହାନନ୍ଦ, WEO ସୁଭାଜିତ ରଞ୍ଜନ ସ୍ବାଇଁ, ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ସମାଜ କଲ୍ୟାଣ ଅଧିକାରୀ ମୁଜିମୁନ ନିଶା, PAITDA ପ୍ରଦ୍ୟୁମ୍ନ କୁମାର ଦାସ, ବିଜେପି ଯୁବ ନେତା ବିଷ୍ଣୁ ନାଏକ, ରାଧାକାନ୍ତ ନାଏକ, ପୁଷ୍ପ ନାଏକ ଏବଂ ବରିଷ୍ଠ ବିଜେଡି ନେତା ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ବବ୍ରୁ ବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବା ବେଳେ ମା’ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ସ୍ବାଗତ ଭାଷଣ ଦେଇଥିଲେ।

ଇନ୍ଦ୍ରାବତୀ ଜଳଭଣ୍ଡାର ସ୍ଥିତ ସାନ ଛତ୍ରଙ୍ଗ ଡଙ୍ଗା ଘାଟ ନିକଟରେ ୭୫ ଜଣ ପ୍ରତିଯୋଗୀ ତୀର ଚାଳନାରେ ଭାଗ ନେଇଥିଲେ। ଏଥିରେ ବ୍ଲକ ଏଇଇ ସାଲକୋ ହେମ୍ବ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିଲେ ହେଁ ପୁରସ୍କାର ରାଶି କୁମୁଡ଼ାସିଲ୍‌ର ରାଇତାଲି ମାଝୀଙ୍କୁ ପ୍ରଦାନ କରାଯାଇଥିଲା। ବୁଧୂ ମାଝୀ ଦ୍ୱିତୀୟ ଓ ସଦାସେବ ଛୁରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ନୌକା ଚାଳନାରେ ସାନ ଛତ୍ରଙ୍ଗର ତ୍ରିନାଥ ମାଝୀ ଓ ଇନ୍ଦ୍ର ମାଝୀ ପ୍ରଥମ, ଡିଗ୍ରୀବନ୍ଧର ବୁଧୁ ଝୋଡିଆ ଓ ସୀମା ଖୋଡ଼ିଆ ଦ୍ୱିତୀୟ ଏବଂ କମଳାଗୁଡ଼ାର ସୁବାସ ମାଝୀ ଓ ଚକ୍ର ମାଝୀ ତୃତୀୟ ସ୍ଥାନ ହାସଲ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଉତ୍ସବରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ଓ ବସିବା ବ୍ୟବସ୍ଥା ନ ଥିବା ବେଳେ ଖାଦ୍ୟରେ ଚାଉଳ ପୋକ ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଥୁଆମୂଳ ରାମପୁର ବ୍ଲକରେ ଏହି ବୃହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆୟୋଜକ କମିଟିରେ ସ୍ଥାନୀୟ ବ୍ଲକର ଜଣେ ହେଲେ ସଦସ୍ୟଙ୍କୁ ସାମିଲ ନ କରିବା ପ୍ରଶାସନର ଏକଚାଟିଆ ନୀତିକୁ ପ୍ରମାଣିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି କାରଣରୁ ମଞ୍ଚ ଉପରେ ଭାଜପା ନେତା ଓ ଆୟୋଜକଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଶେଷରେ ସ୍ଥାନୀୟ ଜନ ପ୍ରତିନିଧିମାନେ ମଞ୍ଚ ତ୍ୟାଗ କରି ସଭା ବର୍ଜନ କରିଥିଲେ। ତେବେ ଘଟଣା ସମ୍ପର୍କରେ PAITDA ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାର୍ଯ୍ୟକ୍ରମରେ କିଛି ତ୍ରୁଟି ହୋଇଥାଇପାରେ, ଯାହାକୁ ଆମେ ଆଗକୁ ସୁଧାରିବୁ (Rectify), କିନ୍ତୁ ମୋଟାମୋଟି ଭାବେ ସବୁ ଠିକ ଚାଲିଛି ଠିକ ଭାବରେ ସମ୍ପୂର୍ଣ୍ଣ ହେବ ସଫେଇ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

ତୁଟୁନି ଚାଷୀଙ୍କ ଦୁଃଖ, ବଢୁଛି ଅସନ୍ତୋଷ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଚାଷୀଙ୍କ ସମସ୍ୟା ସମାଧାନ ହେବା ନାଁ ଧରୁନି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି। ଏହାକୁ ନେଇ…

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri