ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥରମାଡ଼

ବଡ଼ବିଲ,୨ା୭(ଦେବପ୍ରିୟ ରଣା): ହାଓ୍ବଡ଼ା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି। ଫଳରେ ବଗିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ବଡ଼ଜାମଦା ଷ୍ଟେଶନରୁ ଛାଡି ଟ୍ରେନ୍‌ଟି ବଡ଼ବିଲ ଅଭିମୁଖେ ଆସୁଥିଲା ବେଳେ କେହି ଦୁର୍ବୃତ୍ତ ଚଳନ୍ତା ଟ୍ରେନ୍‌ ଉପରକୁ ପଥର ମାଡ଼ କରିଥିଲେ। ପଥରଟି ବଗି ନଂ-୧୧ର ୫/୫/୬ ନମ୍ବର ସିଟର କାଚରେ ବାଜିଥିଲା। ଫଳରେ କାଚଟି ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ସୌଭାଗ୍ୟବଶତଃ ସେହି ସିଟ୍‌ରେ କୌଣସି ଯାତ୍ରୀ ନ ଥିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ତେବେ ଏ ନେଇ ବଡ଼ବିଲ ରେଳ ଷ୍ଟେଶନ ମ୍ୟାନେଜର ବିମଲ ଠାକୁରଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ଏ ନେଇ କେହି ହେଲେ କହିନାହାନ୍ତି କିମ୍ବା କୌଣସି ସୂଚନା ମିଳିନାହିଁ।

ସୂଚନାଥାଉକି, କୋଲକାତାରୁ ବଡ଼ବିଲ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ ୩/୪ଦିନ ହେବ ହାଓ୍ବଡାରୁ କୌଣସି କାରଣରୁ ବିଳମ୍ବରେ ଛାଡୁଥିବାରୁ ବଡ଼ବିଲରେ ମଧ୍ୟ ବିଳମ୍ବରେ ପହଞ୍ଚୁଛି। ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେ ବଡ଼ଜାମଦାରୁ ବଡ଼ବିଲ ଅଭିମୁଖେ ଟ୍ରେନ୍‌ଟି ରେଳ ଷ୍ଟେଶନ ଛାଡିଥିଲା। ମାତ୍ର କିଛିଦୂର ଆସିବା ପରେ ହଠାତ୍‌ ଚଳନ୍ତା ଟ୍ରେନ ଉପରକୁ କ୍ଷୀପ୍ରଗତିରେ ଏକ ପଥର ମାଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri