କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ ବନ୍ଧରେ ଭାସିଗଲେ ୩ ଯୁବକ । ୩ ଯୁବକ ମାଛୁଆ ବଜାର ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ଯୁବକମାନେ ଗାଧୋଇବା ପାଇଁ ଆସିଥିବା ବେଳେ ପାଣି ସୁଅରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ସ୍ଥାନୀୟ ଲୋକେ ଡ଼ଙ୍ଗା ସାହାଯ୍ୟରେ ୨ଜଣ ଯୁବକ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି।