କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବହୁ ସରପଞ୍ଚ, ସମିତି ସଭ୍ୟ, ବରିଷ୍ଠ ନେତା ଭାଜପାରେ ସାମିଲ ହୋଇଥିଲେ ।କର୍ଲାମୁଣ୍ଡା ବ୍ଲକର ତିନିଜଣ ସରପଞ୍ଚ ମଧ୍ୟ ଦଳରେ ଯୋଗଦେଇଥିଲେ। ସେମାନେ ହେଲେ କର୍ଲାମୁଣ୍ଡା ସରପଞ୍ଚ ସ୍ବର୍ଣ୍ଣଲତା ସାହୁ, ରାଜପୁର ସରପଞ୍ଚ କୌଶଲ୍ୟା ରଣା, ରେଗଡା ସରପଞ୍ଚ ଦିପ୍ତିରାଣୀ ସାହୁ। ସେହିପରି କର୍ଲାମୁଣ୍ଡାର ପୂର୍ବତନ ସରପଞ୍ଚ ଶେଷଦେବ ସାହୁ, ୱାର୍ଡ ମେମ୍ବର ଖଗେଶ୍ୱର ସାହୁ, ଜଳନ୍ଧର ସାହୁ, ଯୁବ ସଂଗଠକ ବରୁଣ ସାହୁ ମଧ୍ୟ ଭାଜପାରେ ସାମିଲ ହୋଇଥିବା ଜଣାପଡିଛି। ଏହି ଉତ୍ସବରେ ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପଧାନ, ଜିଲା ସଭାପତି ଯୁଗଳ କିଶୋର ପୋଡ଼, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।