କୋଲାବ ଜଳଭଣ୍ଡାରରେ ୩ ଜଣ ନବୋଦୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ୩ ନିଲମ୍ବିତ

କୋରାପୁଟ, ୮।୩( ଅମିତାଭ ବେହେରା ): କୋରାପୁଟ କୋଲାବ ଜଳଭଣ୍ଡାରରେ ଶନିବାର ନବୋଦୟ ବିଦ୍ୟାଳୟର ତିନି ଛାତ୍ର ବୁଡ଼ି ମୃତ ଘଟଣାରେ ରବିବାର ନବୋଦୟ ସଂସ୍ଥାର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋରାପୁଟ ନବୋଦୟ ବିଦ୍ୟାଳୟର ୨ ଜଣ ଶିକ୍ଷକ ଓ ଜଣେ କେୟାର ଟେକରଙ୍କୁ ନିଲମ୍ବିତ କରିଥିବା ସୂଚନା ରହିଛି । ଅପାରପକ୍ଷେ ଘଟଣାର ତଦନ୍ତ ପାଇଁ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ରବିବାର କୋରାପୁଟ ନବୋଦୟ ବିଦ୍ୟାଳୟକୁ ଜିଲା ପ୍ରଶାସନର ଚାରି ଜଣିଆ ଟିମ୍ ପରିଦର୍ଶନ କରିଥିଲେ ।

ଚାରି ଜଣିଆ ଟିମରେ କୋରାପୁଟ ତହସିଲଦାର ସୟଦ ସବୀର ସାହାଙ୍କ ନେତୃତ୍ୱରେ ଏସଡିପିଓ ସଞ୍ଜୟ କୁମାର ମଣ୍ଡଳ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପ୍ରମୁଖ ବିଦ୍ୟାଳୟ ଯାଇ ଘଟଣା ସମ୍ପର୍କରେ ବିଦ୍ୟାଳୟ ଶିକ୍ଷକ ଅଧ୍ୟକ୍ଷା, କେୟାର ଟେକର ସମେତ ବିଭିନ୍ନ ଜଣକ ସହ ପଚାରି ବୁଝିଛନ୍ତି । ଏହାସହ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ଅନ୍ୟପକ୍ଷେ ମୃତକ ୩ ଛାତ୍ରଙ୍କ ଶବକୁ ବ୍ୟବଛେଦ କରାଯାଇ ସେମାନଙ୍କ ପରବାରକୁ ହସ୍ତାନ୍ତର କରାଯାଇଥିବା କୋରାପୁଟ ତହସିଲଦାର ସବୀର ସାହା ପ୍ରକାଶ କରିଛନ୍ତି । ଘଟଣା ଅନୁଯାୟୀ ପରୀକ୍ଷା ସାରିବା ପରେ ନବୋଦୟ ବିଦ୍ୟାଳୟର ୧୦ ଜଣ ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ୫ ଜଣ ଗାଧଉଥିବା ବେଳେ ୩ ଜଣ ପାଣିରେ ବୁଡ଼ିଯାଇଥିଲେ ୨ ଜଣ ପହଁରି ବାହାରକୁ ଆସିଯାଇଥିଲେ । ବାହାରେ ଥିବା ଅନ୍ୟ ପିଲାଙ୍କ ସହ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଶିକ୍ଷକଙ୍କୁ କହିବା ପରେ ସ୍ଥାନୀୟ ଗ୍ରାମବାସୀ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲକୁ ପଠାଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri